କ୍ୟାପଟେନ୍‌ ବିରାଟ କୋହଲିଙ୍କୁ ଏମିତି କେମିତି କହି ପାରିଲେ କଂଗ୍ରେସ ନେତା ? କହିଲେ ବିରାଟ ହେଉଛନ୍ତି ଅନୁଷ୍କାଙ୍କ ‘କୁତ୍ତା’ !, ଟ୍ରୋଲ୍‌ ହେବା ପରେ ଲେଖିଲେ ଏମିତି

କଂଗ୍ରେସ ନେତା ଅଦିତି ରାଜ୍‌ଙ୍କ ଟ୍ଵିଟ୍‌କୁ ଦେଖି ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ପ୍ରଶଂସକ ରାଗି ନିଆଁ ହୋଇଛନ୍ତି । ଏବେ କଂଗ୍ରେସ ନେତାଙ୍କୁ ନେଇ ଆରମ୍ଭ କରିଦେଇଛନ୍ତି ଟ୍ରୋଲ୍‌ । ଟ୍ରୋଲ୍‌ ଦେଖିବା ପରେ ଅଦିତ ସଂଗେ ସଂଗେ ବିରାଟଙ୍କୁ ପ୍ରଶଂସା କରିବା ଆରମ୍ଭ କରିଦେଇଛନ୍ତି । ତେବେ ମଜା କଥା ହେଉଛି ଅଦିତି ଏଥିରେ ସରକାରଙ୍କୁ ସମାଲୋଚନା କରି ଲେଖିଛନ୍ତି ‘ ସରକାର ଏଥିରେ ଚୁପ୍‌ କାହିଁକି । ସରକାରଙ୍କର ଏଥିରେ ମୈାନ ସହମତି ରହିଛି’ ।

କଂଗ୍ରେସ ନେତା ଉଦିତ ରାଜ ବିରାଟ କୋହଲି ଓ ଅନୁସ୍କା ଶର୍ମାଙ୍କ ନାମ ନେଇ କିଛି ଅପଶବ୍ଧ ଟ୍ଵିଟ୍‌ କରିଛନ୍ତି । ଅଦିତ ତାଙ୍କ ଟ୍ଵିଟ୍‌ରେ ଲେଖିଛନ୍ତି ‘ଅନୁଷ୍କା ତାଙ୍କର କୁକୁର ବିରାଟ କୋହଲିଙ୍କୁ ସମ୍ଭାଳିବା ଦରକାର ନାହିଁ । କାରଣ କୁକୁର ଠାରୁ ଅଧିକ ବିଶ୍ୱାସୀ କେହି ନଥାନ୍ତି । କୋହଲି ତୁମେ ଲୁଚା, ଲଫାଙ୍ଗା ଓ ମୂର୍ଖଙ୍କୁ ଶିକ୍ଷା ଦେଇଥିଲ କି ପ୍ରଦୂଷଣ ଯୋଗୁ ମାନବ ବିପଦରେ । ତୁମର ଡିଏନ୍‌ଏ ପରୀକ୍ଷା କରିବାକୁ ପଡିବ କି ତୁମେ ଏଠାକାର ମୂଳବାସିନ୍ଦା କି ନୁହେଁ ? ଉଦିତ୍‌ ରାଜ୍‌ଙ୍କ ଏହି ପୋଷ୍ଟକୁ ଦେଖି ତାଙ୍କର ପ୍ରଶଂସକ ରାଗି ଯାଇ ଟ୍ରୋଲ୍‌ କରିବା ଆରମ୍ଭ କରିଦେଇଛନ୍ତି ।

କେହି କେହି ‘ଅନୁଷ୍କା ତୁମକୁ ଏଥିରେ ଜବାବ ଦେବାକୁ ପଡ଼ିବ । ’ ବୋଲି ଟ୍ରୋଲ୍‌ କରିଛନ୍ତି । ଆଉ କେହି ଅଜିତଙ୍କୁ ପାଗଳ ଡାକ୍ତର ବୋଲି ମଧ୍ୟ କହି ଟ୍ରୋଲ୍‌ କରିଛନ୍ତି । ଆଉ କେହି ବିରାଟଙ୍କୁ ଏଥିରେ ଧ୍ୟାନ ନଦେବାକୁ କହିବା ସହ ଛୋଟ ବିଚାର ଲୋକଙ୍କ ଛୋଟ କଥା ବୋଲି କହି ଟ୍ରୋଲ୍‌ କରିଛନ୍ତି ।

ପ୍ରିୟଙ୍କା ନାମକ ଜଣେ ୟୁଜର ଏଥିରେ ବିସିସିଆଇ, ଆଇସିସି ଏବଂ ବିରାଟ କୋହଲି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ତେବେ ସୋସିଆଲ୍‌ ମିଡିଆରେ ଅଜିତଙ୍କୁ ଟ୍ରୋଲ୍‌ ହେବା ପରେ ସେ ଆଉ ଏକ ଟ୍ଵିଟ କରି ‘ବିରାଟ୍‌ କୋହଲିଙ୍କ ପରାମର୍ଶକୁ ସ୍ୱାଗତ ହେଲେ କିଛି ଦୁଷ୍ଟ ଲୋକ ଟ୍‌ିଟ୍‌ର ଭଦ୍ର ଗାଳି ଦେବା ଆରମ୍ଭ କରିଛନ୍ତି । ହେଲେ ସରାକାର ଏଥିରେ ନିରବ କାହିଁକି । ଏମାନଙ୍କ ବିରୋଧରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ କାହିଁ କି ହୋଇନାହିଁ ବୋଲି କହିଛନ୍ତି । କାରଣ କୁକୁର ଠାରୁ ଆଉ କେହି ବିଶ୍ୱାସୀ ନାହାଁନ୍ତି ।’ ଅଜିତଙ୍କ ଏହି ଟ୍ଵିଟ୍‌ ଏବେ ମହଙ୍ଗା ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.