Below header

ଅଭିନୟ ଦେଖି ସତ ଭାବିଲେ, ଶେଷରେ ଷ୍ଟେଜ ଉପରକୁ ବୋତଲ ଫୋପାଡିଲେ ଦର୍ଶକ

ସନ୍ଦ ଆସିଲାନି କଳାକାରଙ୍କ ନିଖୁଣ ଅଭିନୟ । ଶେଷରେ ଷ୍ଟେଜ ଉପରକୁ ବୋତଲ ଫୋପାଡିଲେ । କଳାକାରଙ୍କ ଅଭିନୟ ଏତେ ଜୀବନ୍ତ ଥିଲା ଯେ ଦର୍ଶକ ମାନେ ଷ୍ଟେଜ ଉପରକୁ ପାଣି ବୋତଲ ମାଡ଼ କରିଥିଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ରାବଣପୋଡ଼ି ପଡ଼ିଆରେ ଚାଲିଥିଲା ଯାତ୍ରା ତୁଳସୀ ଅପେରାରେ।

ଜଳେଶ୍ୱର(କେନ୍ୟୁଜ୍): ପ୍ରଥମେ ପାଟିତୁଣ୍ଡ ଆଉ ତା ପରେ ଉତ୍ତେଜିତ ହୋଇ ଷ୍ଟେଜ ଉପରକୁ ଫୋପାଡିଲେ ବୋତଲ । ଲୋକେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥାନ୍ତି । କିନ୍ତୁ ନିଜ ଅଭିନୟକୁ ସେ ଜାରି ରଖିଥାନ୍ତି । ଶେଷରେ ରାଗକୁ ସମ୍ଭାଳି ପାରି ନ ଥିଲେ ଦର୍ଶକ । ସମ୍ବେଦନଶୀଳ ଦୃଶ୍ୟ ମଞ୍ଚରେ ଉପସ୍ଥାପିତ ହେଉଥିଲା ସତ କିନ୍ତୁ ନିଜ କ୍ରୋଧକୁ ବେଶି ସମୟ ରଖି ପାରି ନ ଥିଲେ ଦର୍ଶକ ।

ଆଜ୍ଞା ହଁ ଦର୍ଶକଙ୍କୁ ପସନ୍ଦ ଆସିଲାନି କଳାକାରଙ୍କ ନିଖୁଣ ଅଭିନୟ । ଶେଷରେ ଷ୍ଟେଜ ଉପରକୁ ବୋତଲ ଫୋପାଡିଲେ । କଳାକାରଙ୍କ ଅଭିନୟ ଏତେ ଜୀବନ୍ତ ଥିଲା ଯେ ଦର୍ଶକ ମାନେ ଷ୍ଟେଜ ଉପରକୁ ପାଣି ବୋତଲ ମାଡ଼ କରିଥିଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ରାବଣପୋଡ଼ି ପଡ଼ିଆରେ ଚାଲିଥିଲା ଯାତ୍ରା ତୁଳସୀ ଅପେରାରେ।

ସୂଚନା ମୁତାବକ, ଗତକାଲି ପରିବେଷଣ ହୋଇଥିଲା ନାଟକ ଅଧା ରାତିର ସାଥୀ । ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ବେଶ ଭିଡ଼ ଜମି ଥିଲା । ତେବେ ଅପେରା ଚାଲିଥିବା ନାଟକ ଅଧା ରାତିର ସାଥୀ ଦେଖୁ ଦେଖୁ ଦର୍ଶକ ମାନଙ୍କ ମନକୁ ଖଳନାୟକ ପୀୟୁଷଙ୍କ ନିଖୁଣ ଅଭିନୟ ପୁରା ଜୀବନ୍ତ ଭଳି ଲାଗିଥିଲା । ଆଉ ତାପରେ ଦର୍ଶକ ମାନେ ରାଗିଯାଇ ସିଧା କଳାକାରଙ୍କ ଉପରକୁ ପାଣି ବୋତଲ ଫିଙ୍ଗିଥିଲେ। ତେବେ କଳାକାର ଦର୍ଶକକୁ ହାତ ଦେଖାଇ ବୋତଲ ଫିଙ୍ଗିବା ପାଇଁ ମନା କରୁଥିବାର ଦୃଶ୍ୟ ମୋବାଇଲରେ କଏଦ ହୋଇଛି । ତେବେ ଏହି ଭିଡିଓ ଏବେ ମୋବଇଲ ରୁ ମୋବଇଲ ଘୁରି ବୁଲୁଛି ।

ଏହା ପୂର୍ବରୁ ଖଣ୍ଡଗିରିରେ ଯାତ୍ରା ଚାଲିଥିବା ସମୟରେ ବି ପୀୟୁଷଙ୍କ ନିଖୁଣ ଅଭିନୟକୁ ଦର୍ଶକ ସତ ଭାବି ଏଭଳି ଷ୍ଟେଜ ଉପରକୁ ବୋତଲ ଫୋପାଡିଲେ । ତେବେ ସତ କହିବାକୁ ଗଲେ ଦୁନିଆରେ ବର୍ତ୍ତମାନ ଯାହା ଚାଲିଛି ତାରି ଉପରେ ଆଧାରିତ ହୋଇଥାଏ କାହାଣୀ । ଗୋଟେ କଳାକାର ପାଇଁ ତାଳି ଆଉ ଗାଳି ଆଶିର୍ବାଦ ସ୍ଵରୂପ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.