ଜାଣନ୍ତୁ ହାର୍ଟ ରୋଗୀଙ୍କ ପାଇଁ କେଉଁ ଖାଦ୍ୟ ଖାଇବା ଉଚିତ

ହେଲଥ୍‌ ଏକ୍ସର୍ପଟସଙ୍କ ମୁତାବକ, ହାର୍ଟ ସମସ୍ୟାରେ ପିଡିତ ଲୋକଙ୍କୁ ନିଜ ଖାଦ୍ୟରେ ଅଧିକ ଧ୍ୟାନ ଦେବା ଜରୁରୀ ହୋଇଥାଏ । ଅଧିକାଂଶ ହାର୍ଟ ରୋଗୀ ନିଜ ଡାଏଟରେ ଘିଅ ଓ ସେଥିରେ ତିଆରି ହୋଇଥିବା ଖାଦ୍ୟରୁ ଦୂରେଇ ରହିବା ଉଚିତ୍‌ ।

ବର୍ତ୍ତମାନର ଖରାପ ଲାଇଫ୍‌ ଷ୍ଟାଇଲ ଓ ଖାଦ୍ୟ ଯୋଗୁ ଲୋକମାନଙ୍କ ଶରୀରରେ ବ୍ଲଡ୍‌ ପ୍ରେସର, ଷ୍ଟ୍ରୋକ୍‌ ଓ ହାର୍ଟ ଆଟାକ ଭଳି ରୋଗର ସମସ୍ୟା ବଢିଚାଲିଛି । କେବଳ ବୃଦ୍ଧ ବ୍ୟକ୍ତି ନୁହେଁ ବରଂ ପିଲାମାନଙ୍କ ମଧ୍ୟରେ ଏହି ପରିସ୍ଥିତି ଦୃତ ଗତିରେ ବଢି ଚାଲିଛି । ତେବେ ଆପଣମାନେ ଜାଣିଛନ୍ତି କି ? ହାର୍ଟ ସମସ୍ୟାରେ ପିଡିତ ଥିବା ଲୋକଙ୍କ କୋଲେଷ୍ଟ୍ରଲ ଲେବଲ ମଧ୍ୟ ଠିକ୍‌ ରଖିବା ପାଇଁ ପଡିଥାଏ । ନିଜ ଡାଏଟରେ ଫ୍ୟାଟ୍‌ ମାତ୍ରା ଅଧିକ ରଖିଲେ ଆପଣଙ୍କ ଶରୀରରେ କୋଲେଷ୍ଟ୍ରଲ ବଢିବାର ବିପଦ ରହିଥାଏ । ତେବେ ଏହି କାରଣ ହୋଇଥାଏ,ଯେ ହାର୍ଟ ସମସ୍ୟାର ଲୋକଙ୍କୁ ଘିଅ ଓ ସେଥିରେ ତିଆରି ହୋଇଥିବା ଖାଦ୍ୟରୁ ଦୂରେଇ ରହିବା ଉଚିତ ।

ହେଲଥ୍‌ ଏକ୍ସର୍ପଟସଙ୍କ ମୁତାବକ, ହାର୍ଟ ସମସ୍ୟାରେ ପିଡିତ ଲୋକଙ୍କୁ ନିଜ ଖାଦ୍ୟରେ ଅଧିକ ଧ୍ୟାନ ଦେବା ଜରୁରୀ ହୋଇଥାଏ । ଅଧିକାଂଶ ହାର୍ଟ ରୋଗୀ ନିଜ ଡାଏଟରେ ଘିଅ ଓ ସେଥିରେ ତିଆରି ହୋଇଥିବା ଖାଦ୍ୟରୁ ଦୂରେଇ ରହିବା ଉଚିତ୍‌ । ହେଲେ କେବେ ଭାବିଚିନ୍ତି କି ? ହାର୍ଟ ରୋଗୀଙ୍କୁ ଘିଅ ଓ ସେଥିରେ ତିଆରି ଅନ୍ୟ ଖାଦ୍ୟକୁ ନିଜ ଡାଏଟରେ ସାମିଲ କରିବା ତାଙ୍କ ସ୍ୱାସ୍ଥ୍ୟ ପାଇଁ ଠିକ୍‌ ନା ଭୁଲ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଦୂର ସଠିକ୍‌ ହେବ ।

ସୂଚନା ମୁତାବକ, ଘିଅ ଓ ସେଥିରେ ତିଆରି ଅନ୍ୟନ ଖାଦ୍ୟରେ ଫ୍ୟାଟ ଭରପୂର ମାତ୍ରାରେ ରହିଥାଏ, ତେଣୁ ଏହି କାରଣ ହୋଇଥାଏ ଯେ ଲୋକଙ୍କ ପାଇଁ ହାର୍ଟ ରୋଗର ବିପଦ ବଢିଯାଇଥାଏ ।

ଜାଣନ୍ତୁ ହାର୍ଟ ରୋଗୀ ଘିଅ ଓ ବଟର ଖାଇବା ଉଚିତ କି ନାହିଁ :
ସୂଚନା ଅନୁସାରେ, ହାର୍ଟ ରୋଗୀ ଘିଅରେ ତିଆରି ହୋଇଥିବା ଖାଦ୍ୟ କମ୍‌ ଖାଇବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଠିକ୍‌ ହୋଇଥାଏ । ସେମାନେ ପନିର, ଡାଲି ଓ ପରିବା ଭଳି ପ୍ରୋଟିନ୍‌ ଜାତୀୟ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପ୍ରତି ଉଚିତ୍‌ । ଏହାସହ ସୁଗାର ଓ ହାଇ ସୋଡିୟମ ଭଳି ଜିନିଷକୁ କମ୍‌ ମାତ୍ରାରେ ଖାଇବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ରିଫାଇନ୍‌ ଓ କାର୍ବୋହାଇଡ୍ରେଟ୍‌ସ ବଦଳରେ ପୃଷ୍ଟିକର ଖାଦ୍ୟ ନିଜ ଡାଏଟରେ ସାମିଲ କରିବା ଉଚିତ ।

ଏହା ବ୍ୟତୀତ ନିଜ ଖାଦ୍ୟରେ ମଧ୍ୟ ନିୟନ୍ତ୍ରଣ କରନ୍ତୁ । ଶରୀରକୁ ହାଇଡ୍ରେଟ୍‌ ରଖନ୍ତୁ । ସେଥିପାଇଁ ବହୁତ ମାତ୍ରାରେ ପାଣି ପିଇବା ଉଚିତ । ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବା ଉଚିତ । ନିୟମିତ ଭାବେ ଚିକିତ୍ସାରେ ରହିବା ଜରୁରୀ ହୋଇଥାଏ । ଏପରି ଭାବେ ନିଜ ହେଲଥ୍‌ ପ୍ରତି ଧ୍ୟାନ ନେବା ଉଚିତ ହୋଇଥାଏ । ସେଥିପାଇଁ ହାର୍ଟ କିମ୍ବା ଅନ୍ୟ କିଛି ସ୍ୱାସ୍ଥ୍ୟ ସମସ୍ୟା ହେବା ମାତ୍ରେ, ତୁରନ୍ତ ଡାକ୍ତରଙ୍କ ପରାର୍ମଶ ନେବା ଜରୁରୀ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.