ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କଲା ଡେଲିଭରୀ ବୟ, ପୋଲିସ ଗିରଫ କରିବା ବେଳେ କଲା ଫାୟାରିଂ

ଦୁଷ୍କର୍ମ କରିଥିବା ଡେଲିଭରୀ ବୟଙ୍କୁ ପୋଲିସ ଧରିବା ବେଳେ ଯୁବକ ଚଳାଇଲା ଗୁଳି । ଅନଲାଇନରେ ଅର୍ଡର କରିଥିବା ରାସନ ସାମଗ୍ରୀ ଦେବାକୁ ଆସି ଘରେ ଥିବା ଏକୁଟିଆ ମହିଳାଙ୍କୁ ଦୁଷ୍କର୍ମ କରିଥିଲା ଯୁବକ । ଆଉ ପୋଲିସ ଧରିବା ବେଳେ ବନ୍ଧୁକ ଚଡାଇ ନେଇ ଗୁଳି ଚଳାଇଥିଲା । ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଏହି ଘଟଣା ଘଟିଛି।

ନୋଏଡାରେ ୨୩ ବର୍ଷୀୟ ଡେଲିଭରୀ ବୟ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କରିଥିବା ଯୁବକ ଗିରଫ । ରାସନ ସାମଗ୍ରୀ ଦେବାକୁ ଆସି ଅଭିଯୁକ୍ତ ଜଣକ ଏଭଳି ନାରକୀୟକାଣ୍ଡ ଘଟାଇଥିବା ଜଣାପଡିଛି। ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଏହି ଘଟଣା ଘଟିଛି ।

ସୂଚନା ମୁତାବକ, ଗ୍ରେଟର ନୋଏଡାରେ ଏକ ଆପାର୍ଟମେଣ୍ଟରେ ରହୁଥିବା ଜଣେ ମହିଳା ଏକ ମୋବାଇଲ ଆପ୍ ମାଧ୍ୟମରେ ଘର ପାଇଁ ରାସନ ସାମଗ୍ରୀ ଅର୍ଡର କରିଥିଲେ । ଆପ୍‌ ଦ୍ୱାରା ଅର୍ଡର କରିଥିବା ଗ୍ରୋସରୀ ଜିନିଷ ଧରି ଦେବା ପାଇଁ ପୀଡ଼ିତାଙ୍କ ଘରେ ପହଞ୍ଚିଥିଲା ଡେଲିଭରୀ ବୟ ସୁମିତ୍ । ଏହା ପରେ ମହିଳା ଏକା ଥିବା ଜାଣି ଘର ଭିତରେ ପଶିବା ସହ ସୁମିତ୍ ତାଙ୍କ ସହ ଦୁଷ୍କର୍ମ କରିଥିଲା । ପରେ ସେ ସେଠାରୁ ଫେରାର ହୋଇଯାଇଥିଲା ।

ଅନ୍ୟପକ୍ଷରେ ଦୁଷ୍କର୍ମର ଶିକାର ହେବା ପରେ ମହିଳା ତୁରନ୍ତ ପୋଲିସରେ ଏ ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ ଅଭିଯୁକ୍ତକୁ ଖୋଜିବା ପାଇଁ ଏକ ଟିମ୍ ଗଠନ କରିଥିଲେ । କିଛି ଘଣ୍ଟା ମଧ୍ୟରେ ସୁମିତ ଗ୍ରେଟର ନୋଏଡାରେ ଥିବା ପୋଲିସ ଜାଣିପାରିଥିଲା । ଗିରଫ କରିବା ପାଇଁ ପୋଲିସ ସୁମିତ୍ ପାଖରେ ପହଞ୍ଚିବା ପରେ କନଷ୍ଟେବଳଙ୍କଠାରୁ ବନ୍ଧୁକ ଛଡ଼ାଇ ନେଇ ଫେରାର ହେବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ । ଏହା ସହ ପୋଲିସ ଉପରକୁ ଗୁଳି ମଧ୍ୟ ଚଳାଇଥିଲା ସୁମିତ୍ । ଗିରଫ କରିବା ପାଇଁ ପୋଲିସ ପାଲଟା ଗୁଳି ଚଳାଇଥିଲା । ଏଥିରେ ସୁମିତର ଗୋଡ଼ରେ ଗୁଳି ବାଜିଥିଲା । ପରେ ପୋଲିସ ସୁମିତକୁ ଗିରଫ କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.