ମଦ ପିଇ ହଟହଟା ହେଲା ପୋଲିସ, ଭିଡ଼ିଓ ଭାଇରଲ

ମଦ ପିଇ ହଟହଟା ହେଲା ପୋଲିସ । ଡ୍ୟୁଟି ସାରି ଘରକୁ ଫେରିବା ବେଳେ କାଉଣ୍ଟରରେ ମଦ ପିଇବା ପରେ ଘେରିଲେ ସ୍ଥାନୀୟ ଲୋକ ।

ମଦ ପିଇ ହଟହଟା ହେଲା ପୋଲିସ । ଡ୍ୟୁଟି ସାରି ଘରକୁ ଫେରିବା ବେଳେ କାଉଣ୍ଟରରେ ମଦ ପିଇବା ପରେ ଘେରିଲେ ସ୍ଥାନୀୟ ଲୋକ । ଭୁବନେଶ୍ବର ମୈତ୍ରୀବିହାର ଥାନା ଲୁମ୍ବିନୀବିହାର ଅଞ୍ଚଳରେ ଏହି ଘଟଣା ଘଟିଛି । ଖାକି ପିନ୍ଧା ବାବୁଙ୍କୁ ନେବାକୁ ଆସିଥିବା ପିସିଆର ମଧ୍ୟ ହଟହଟା ହୋଇଛି । ପିସିଆର କର୍ମଚାରୀଙ୍କ ସହ ଲୋକଙ୍କ ଯୁକ୍ତିତର୍କ ଓ କଥା କଟାକଟି ଦେଖିବାକୁ ମିଳିଥିଲା । ଖାକି ପିନ୍ଧା ବାବୁଙ୍କ ଫାଇନ କାହିଁକି କଟା ଯିବନି ସେନେଇ ପ୍ରଶ୍ନ କରିଥିଲେ ଲୋକେ I ବିନା ଫାଇନରେ ଥାନାକୁ ନେଉଥିବା ପିସିଆରକୁ ଅଟକାଇ ଯୁକ୍ତିତର୍କ କରୁଥିବାର ଭିଡ଼ିଓ ଭାଇରଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.