ଅସରାଏ ବର୍ଷା ହେଲେ ସ୍କୁଲ କ୍ୟାମ୍ପସରେ ପାଣି ଭର୍ତ୍ତି, କାଦୁଅରେ ଯାଇ ପାରୁନାହାନ୍ତି ପିଲା

ଅସରାଏ ବର୍ଷା ହେଲେ ସ୍କୁଲ ଓ ଅଙ୍ଗନବାଡି ଚାରିପଟେ ବର୍ଷା ପାଣି ଜମିରହୁଛି । ରାସ୍ତା ପାଖରେ ଘାସ ମଧ୍ୟ ଜମି ଯାଇଛି । ଏଭଳି ଅଭାବନୀୟ ଦୃଶ୍ୟ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅହମଦପୁର ୧ନମ୍ବର ଅଙ୍ଗନବାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟରୁ ସାମ୍ନାକୁ ଆସିଛି ।

କୁନି କୁନି ପିଲାମାନେ ପଡ଼ି ଉଠି କାଦୁଅରେ ସ୍କୁଲ ଯାଉଛନ୍ତି । କାଦୁଅ ରାସ୍ତାରେ ସାପ ବେଙ୍ଗର ଭୟ ରହୁଛି । ଅଭିଭାବକମାନେ କଣ ବା ଆଉ କରିବେ । ଶେଷରେ ପିଲାମାନଙ୍କୁ ନିଜ କାନ୍ଧରେ ବସାଇ ଅଙ୍ଗନବାଡ଼ିରେ ଛାଡ଼ି ଆସୁଛନ୍ତି । ପିଲାମାନେ କାଦୁଅରେ ଚାଲି ଚାଲି ଯାଇ ପାରୁ ନାହାନ୍ତି । ବେଳେବେଳେ କାଦୁଅରେ ପଡ଼ି ଯାଇ ପିଲାମାନଙ୍କ ୟୁନିଫର୍ମ ଖରାପ ହେଇଯାଉଛି । ୟୁନିଫର୍ମରେ କାଦୁଅ ଛିଟା ପଡ଼ୁଛି । ତେବେ ସରକାର ସ୍କୁଲ ଓ ଅଙ୍ଗନବାଡ଼ି ପିଲାମାନଙ୍କ ପାଇଁ ଖାଦ୍ୟ ଠାରୁ ଆରମ୍ଭ କରି ସ୍କୁଲ ଡ୍ରେସ ଜୋତା ସବୁକିଛି ଦେଉଛନ୍ତି । କିନ୍ତୁ ଏ ଅବ୍ୟବସ୍ଥା କାହିଁକି । ପିଲାମାନଙ୍କୁ ସବୁ ସୁବିଧା ଦିଆଯାଉଥିଲେ ମଧ୍ୟ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବା ପାଇଁ ରାସ୍ତା ନାହିଁ । ଏଭଳି ଅଭାବନୀୟ ଦୃଶ୍ୟ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅହମଦପୁର ୧ନମ୍ବର ଅଙ୍ଗନବାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟରୁ ସାମ୍ନାକୁ ଆସିଛି ।

ଅସରାଏ ବର୍ଷା ହେଲେ ସ୍କୁଲ ଓ ଅଙ୍ଗନବାଡି ଚାରିପଟେ ବର୍ଷା ପାଣି ଜମିରହୁଛି । ରାସ୍ତା ପାଖରେ ଘାସ ମଧ୍ୟ ଜମି ଯାଇଛି । ମାସମାସ ଧରି ଜମିରହିଥିବା ପଚା ପାଣି ଭିତରେ ପଶି କୁନି କୁନି ପିଲାମାନେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଯାଉଛନ୍ତି । ଫଳରେ ଛୋଟ ଛୋଟ ପିଲାମାନେ ଥଣ୍ଡାଜ୍ଵର ଓ କୁଣ୍ଡିଆ ଭଳି ରୋଗର ଶିକାର ହେଉଛନ୍ତି । ବର୍ଷା ପାଣି ଜମି ରହି ମଶା ସୃଷ୍ଟି ହେଉଛି । ଯାହା ଫଳରେ ପିଲାମାନଙ୍କୁ ଡେଙ୍ଗୁ ଓ ମ୍ୟାଲେରିଆ ହେବାର ଭୟ ରହୁଛି ।

ଅଙ୍ଗନବାଡି କେନ୍ଦ୍ର ସାମ୍ନାରେ ହିଁ ବର୍ଷାପାଣି ଜମି ରହିଛି । କେବଳ ଅଙ୍ଗନବାଡି କେନ୍ଦ୍ରର ପିଲା ନୁହେଁ ସ୍କୁଲପିଲା ମଧ୍ୟ ପାଣି ଭିତରେ ପଶି ଯିବା ଆସିବା କରୁଛନ୍ତି । ଚାରିଆଡ଼େ ଅସ୍ବାସ୍ଥ୍ୟକର ପରିବେଶ । ଗୋଟିଏ କ୍ୟାମ୍ପସ ଭିତରେ ରହିଛି ଦୁଇ ଦୁଇଟି ଶିକ୍ଷାନୁଷ୍ଠାନ । ଆଉ ଅସରାଏ ବର୍ଷା ହେଲେ ଏଠି ମାସ ମାସ ଧରି ବର୍ଷା ପାଣି ଜମିରହୁଛି । ଫଳରେ କୁନି କୁନି ପିଲା ଓ ସ୍କୁଲର ଛାତ୍ରଛାତ୍ରୀ ମାନେ ନାନା ସମସ୍ୟା ଦେଇ ଗତିକରୁଛନ୍ତି । ଏନେଇ ସ୍ଥାନୀୟ ବିଡିଓ ଖୁବଶୀଘ୍ର ପିଲାମାନଙ୍କ ପାଇଁ ପାଦଚଲା ରାସ୍ତା ହେବ ବୋଲି କହିଛନ୍ତି ।

ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଲାଗି ରହିଛି ଅହମଦପୁର ଗାଁର ଏକ ବିରାଟକାୟ ପୋଖରୀ। ବର୍ଷା ହେଲେ ୫ଟି ଗାଁର ବର୍ଷା ପାଣି ଏହି ପୋଖରୀ ଭିତରକୁ ପ୍ରବେଶ କରିଥାଏ । ପୋଖରୀରେ ପାଣି ଫୁଲ ହୋଇଗଲେ ସ୍କୁଲ ଓ ଅଙ୍ଗନବାଡି କ୍ୟାମ୍ପସ ଭିତରକୁ ବର୍ଷାପାଣି ପଶିଯାଏ । ଆଉ ସେହି ପାଣି ଭିତରେ ପଶି କୁନିକୁନି ପିଲା ଓ ସ୍କୁଲର ଛାତ୍ର ଛାତ୍ରୀମାନେ ଯାଆସ କରନ୍ତି। କାରଣ ପୋଖରୀରୁ ପାଣି ନିଷ୍କାସନର କୌଣସି ବ୍ୟବସ୍ଥା ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଖୁବଶୀଘ୍ର ଏସବୁ ସମସ୍ୟାର ସମାଧାନ ନହେଲେ ଆଗକୁ ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । କୁନିକୁନି ପିଲାଙ୍କ ଭବିଷ୍ୟତକୁ ଆଖିଆଗରେ ରଖି ଖୁବଶୀଘ୍ର ପଦକ୍ଷେପ ନେବାକୁ ଦାବି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.