Below header

ପାଣି ନାହିଁ, ଝାରସୁଗୁଡ଼ା ଲୋଇସିଂହରେ ଶହ ଶହ ଏକର ଧାନ ଫସଲ ପ୍ରଭାବିତ

ଝାରସୁଗୁଡ଼ା (କେନ୍ୟୁଜ୍) : ପ୍ରାୟ ଦେଢ଼ ମାସ ହେଲା ଝାରସୁଗୁଡ଼ା ଜିଲ୍ଲାରେ ବର୍ଷା ହୋଇ ନାହିଁ । ଜିଲ୍ଲାର ଲୋଇସିଂହ ଗ୍ରାମ ପଞ୍ଚାୟତର ସମସ୍ତ ମାଳ, ବେର୍ଣା ଜମିର ପାଣି ଶୁଖି ଗଲାଣି । ମାଟି ଫାଟିବା ଆରମ୍ଭ କରିଛି । ଧାନ ଗଛ ପାଣି ପାଇ ପାରୁନାହିଁ । ତେଣୁ ଚାଷୀଙ୍କ ଭିତରେ ନୈରାଶ୍ୟ ଖେଳି ଯାଇଛି ।

କୋଇଲଗାରେ ପ୍ରାୟ ୨୦୦ ଏକର, ଚାରଭାଟିରେ ୧୫୦ ଏକର, ବଘିଆବେରନାରେ ୧୫୦ ଏକର, ଲୋଇସିଂହ ଓ ଠରକସପୁରର ୧୦୦ ଏକର, ତିଲେଇମାଲର ୧୫୦ ଏକର, ବଲଂଗିବାହାଲ ଅଞ୍ଚଳର ୫୦ ଏକର, ନିକିତିମାଲର ୧୦୦ ଏକର ଏବଂ ଭୋଇମୁଣ୍ଡା ଅଞ୍ଚଳର ପ୍ରାୟ ୮୦ ଏକର ଜମିରେ ଧାନ ଫସଲ ପାଣି ନପାଇ ପ୍ରଭାବିତ ହୋଇଛି । ବର୍ତ୍ତମାନ ଧାନ ଗଛରେ ଫୁଲ ଓ ଫଳ ଧରିବାର ସମୟ ହୋଇଥିବାରୁ ପାଣି ନିହାତି ଆବଶ୍ୟକ ।

ଲୋଇସଂହ ପଞ୍ଚାୟତର ଚାଷୀ କହିଛନ୍ତି, ବର୍ତ୍ତମାନ ବର୍ଷା ହେଲେ ମଧ୍ୟ କୌଣସି ଲାଭ ମିଳିବ ନାହିଁ । କାରଣ ଧାନ ଗଛକୁ ଯେଉଁ ସମୟରେ ପାଣି ଦରକାର ଥିଲା ସେ ସମୟ ଗଡ଼ି ଗଲାଣି । ତେଣୁ ଚଳିତ ବର୍ଷ ଲୋଇସିଂହ ଅଞ୍ଚଳରେ ମରୁଡି ହେବା ନିଶ୍ଚିତ ବୋଲି କହିଛନ୍ତି ଚାଷୀ।  ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.