Below header

ଦୁଇ ଦିନ ଭିତରେ କମିବ ଶୀତ, ଆଜି ୮ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ

ଭୁବନେଶ୍ବର: କମୁଛି ଶୀତ, ବଢିବ ତାପମାତ୍ରା । ପୂର୍ବ ଅପେକ୍ଷା ୨ରୁ ତିନି ଡିଗ୍ରୀ ତାପାମତ୍ରା ବୃଦ୍ଧି ହୋଇଛି । ଦିନେ ଦୁଇ ଦିନ ଭିତରେ ଶୀତ ଆହୁରି କମିବ । ଫଳରେ ତାପମାତ୍ରା ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆଜି ୮ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସୋନପୁର, ଟିଟିଲାଗଡ଼, ଦାରିଙ୍ଗିବାଡି, ଅନୁଗୁଳ ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭବାନୀପାଟଣାରେ ୯ ଡିଗ୍ରୀ, କେନ୍ଦୁଝରରେ ୯.୪, ତାଳଚେରରେ ୯.୫ ଡିଗ୍ରୀ ତାପାମାତ୍ରା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.