Below header

ଲୋକସେବା ଭବନର ଆଜି ଉଦ୍‌ଘାଟିତ ହେବ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ, ୪୦ କୋଟି ଟଙ୍କା ବ୍ୟୟରେ ହୋଇଛି ନିର୍ମିତ

ଭୁବନେଶ୍ବର: ଲୋକସେବା ଭବନ କ୍ୟାମ୍ପସରେ ଆଜି ଉଦଘାଟିତ ହେବ ବିଶ୍ୱସ୍ତରୀୟ କନଭେନ୍‌ସନ ସେଣ୍ଟର ତଥା ଅତ୍ୟାଧୁନିକ ସମ୍ମିଳନୀ କକ୍ଷ। ପ୍ରାୟ ୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସମ୍ମିଳନୀ କକ୍ଷକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଲୋକସେବା ଭବନରେ ସମ୍ମିଳନୀ କକ୍ଷର ଅଭାବ ରହୁଥିବାରୁ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ରାଜଧାନୀରେ ସରକାରୀ ଅଡିଟୋରିୟମର ଅଭାବକୁ ନଜରରେ ରଖି ଏହି କନଭେନସନ ସେଣ୍ଟର ନିର୍ମାଣ କରାଯାଇଛି। ଏହି ଅତ୍ୟାଧୁନିକ କନଭେନସ୍‌ନ ସେଣ୍ଟରରେ ଓଡ଼ିଶାର କଳା, ଐତିହ୍ୟ ଓ କାରୁକାର୍ଯ୍ୟ ଦେଖିବାକୁ ମିଳିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଏହାକୁ ନିର୍ମାଣ କରାଯାଇଛି। ଏହାକୁ ଇକୋ ଫ୍ରେଣ୍ଡଲି କରାଯିବା ସହ ସୌରଶକ୍ତି ବ୍ୟବସ୍ଥା ଓ ଜଳ ସଂରକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ପ୍ରାୟ ୫ହଜାର ୧୮୦ ବର୍ଗମିଟରରେ ଏହି ଅତ୍ୟାଧୁନିକ କନଭେସନ ସେଣ୍ଟରକୁ ନିର୍ମାଣ କରାଯାଇଛି । ଦୁଇ ମହଲାର କନଭେନସ୍‌ନ ସେଣ୍ଟରର ତଳମହଲାରେ ଲବି ସହ ୩୯୦ ସିଟ ବିଶିଷ୍ଟ ସମ୍ମିଳନୀ କକ୍ଷ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.