୫୦ ବର୍ଷ ଭିତରେ ୮୦୦ ଛୁଆଙ୍କ ବାପା ହୋଇସାରିଛି ଏହି କଇଁଛ, ପଢନ୍ତୁ କଣ ରହିଛି ଏହା ପଛର ପ୍ରକୃତ କାରଣ

ଏହି ପୃଥିବୀ ପୃଷ୍ଠରେ ଏଭିତରେ କେତେଯେ ଜୀବଜନ୍ତୁ ଜନ୍ମ ନେଇ ବିଲୁପ୍ତ ହେବାକୁ ବସିଲେଣି ତାର ହୁଏତ କୌଣସି ଠିକଣା ନାହିଁ । ଅନେକେ ଜୀବଜନ୍ତୁ ନିଜ ବିଲୁପ୍ତ ପ୍ରଜାତିଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ଅନେକେ ଚାହିଁକି ବି କିଛି କରିପାରନ୍ତି ନାହିଁ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଗୋଟେ କଇଁଛ ନିଜ ପ୍ରଜାତିକୁ ବଞ୍ଚାଇବା ପାଇଁ ୧୦ କି ୨୦ ନୁହେଁ ବରଂ ୮୦୦ ଛୁଆକୁ ଜନ୍ମ ଦେବା ଭଳି ଏକ ବିସ୍ମୟକର ଘଟଣା ସାମ୍ନାକୁ ଆସିଛି । ବର୍ତ୍ତମାନ ସମୟରେ ଏହି କଇଁଛ ଟିର ବୟସ ୧୦୦ ବର୍ଷ ହୋଇଥିବା ବେଳେ ଏହାର ଓଜନ ୮୦ କିଲୋ ରହିଛି । ଡିଏଗୋ ନାମକ ଏହି କଇଁଛଟି ପ୍ରକୃତରେ ଚେଲୋନଏଡିସ ହୁଡେନ୍ସିସ ପ୍ରଜାତିର ।

diego

ଆଜକୁ ୫୦ ବର୍ଷ ପୂର୍ବେ ଏହି ପ୍ରଜାତିର କେବଳ ୨ଟି ପୁରୁଷ ପ୍ରଜାତି ଓ ୧୨ ଟି ମାଇ ପ୍ରଜାତିର ହିଁ ଥିଲେ । ଏହି ପ୍ରଜାତି ପ୍ରଶାନ୍ତ ମହାସାଗରର ଗାଲାପୋଗସ ଆଇଲ୍ୟାଣ୍ଡରେ ହିଁ ବିଶେଷ ଭାବେ ଦେଖାଯାନ୍ତି । ହୁଏତ ଏହି କାରଣରୁ ହିଁ ଏହି ପ୍ରଜାତିର ଜମା ବି ବଂଶ ବୃଦ୍ଧି ହେଉନଥିଲା । ସଂଖ୍ୟା ନ ବଢିବା କାରଣରୁ ଏହି ପ୍ରଜାତି ସମ୍ପୂର୍ଣ ରୂପେ ଏକ ପ୍ରକାର ଲୋପ ହେବାକୁ ବସିଥିଲା । ତେଣୁ ଏହି ପ୍ରଜାତିକୁ ବଞ୍ଚାଇବା ପାଇଁ ସ୍ଥାନୀୟ ପ୍ରଶାସନ ଅଂଟା ଭିଡ଼ିଲେ । ୧୯୬୫ ମସିହାରେ ‘କ୍ୟାପ୍ଟିଭ ବ୍ରିଡିଙ୍ଗ ପ୍ରୋଗ୍ରାମ’ ମାଧ୍ୟମରେ ସମସ୍ତ କଇଁଛ ମାନଙ୍କୁ ଦକ୍ଷିଣ କାର୍ଲିଫର୍ନିଆ ସ୍ଥିତ ଶାନ୍ତା କୄଜ ଆଇଲ୍ୟାଣ୍ଡର ଚିଡ଼ିଆଖାନାକୁ ନିଆଯାଇଥିଲା ।

diego

ଚିଡ଼ିଆ ଘରେ ଡିଏଗୋକୁ ୧୨ ଟି ମାଇ ପ୍ରଜାତି ସହ ରଖାଯାଇଥିଲା । କ୍ୟାପ୍ଟିଭ ବ୍ରିଡିଙ୍ଗ ପ୍ରୋଗ୍ରାମର ଏହି ଯୋଜନା ସଫଳ ହୋଇଥିଲା । ଫଳରେ ଏହି କଇଁଛ ପ୍ରଜାତି ସଂଖ୍ୟା ବଢି ୨୦୦୦ରେ ପହଞ୍ଚିଲା । ସଂଖ୍ୟା ବଢ଼ିବାରେ ଡିଏଗୋ ହିଁ ମୁଖ୍ୟ ଭୂମିକା ନିଭେଇ ୫୦ ବର୍ଷରେ ୮୦୦ ଛୁଆ କଇଁଛ ଜନ୍ମରେ ସାହାଯ୍ୟ କରିଥିଲା । ଏହି ବିରଳ କଇଁଛ ପ୍ରଜାତି ସଂଖ୍ୟା ବଢାଇବା ପାଇଁ ୪୦ ପ୍ରତିଶତ ଯୋଗଦାନ ଡିଏଗୋର ହିଁ ଥିଲା । ପାଖାପାଖି ୫ ଦଶକ ଧରି ନିଜ ପ୍ରଜାତି ବୃଦ୍ଧିରେ ମୁଖ୍ୟ ଭୂମିକା ନିଭେଇଥିବା ଏହି କଇଁଛକୁ ଗତ ବର୍ଷ ମାର୍ଚ୍ଚ ମାସରେ ହିଁ ସେବା ନିବୃତ କରାଯାଇଛି । ସେବାରୁ ଓହରିବା ପରେ ଡିଏଗୋକୁ ପୁଣି ଥରେ ନିଜ ପୂର୍ବ ବାସସ୍ଥାନ ଗାଲାପୋଗାସ ଆଇଲ୍ୟାଣ୍ଡକୁ ପଠାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.