Below header

କଟକ: ସାବାସ୍ ଲଳିତ ! ଦୁର୍ଘଟଣାର କାରଣ ସାଜିଥିବା ରାସ୍ତାର ବାଲି ଓ ଚିପ୍ସକୁ ନିଜ ହାତରେ ଝାଡୁ ଧରି କଲେ ସଫା

କେନ୍ୟୁଜ୍(ବ୍ୟୁରୋ):  ପୁଣି ଟ୍ରାଫିକ୍ ପୋଲିସ ଦେଲେ ମାନବିକତାର ପରିଚୟ। ଦୀର୍ଘଦିନ ହେବ ଦୁର୍ଘଟଣାର କାରଣ ସାଜିଥିବା ରାସ୍ତାର ବାଲି  ଓ ଚିପ୍ସକୁ ନିଜ ହାତରେ ଝାଡୁ ଧରି କଲେ ସଫା । ଏଭଳି କିଛି ଫଟୋ ଆଜି ସୋସିଆଲ ମିଡିଆରେ ଘୂରି ବୁଲୁଛି। ଯେଉଁଥିରେ  ଦେଖିବାକୁ ମିଳିଛି ଜଣେ ଟ୍ରାଫିକ କର୍ମଚାରୀ  ନିଜ ହାତରେ ଝାଡୁ ଧରି ରାସ୍ତାର ବାଲି ଓ ଗୋଡ଼ି ସଫା କରୁଛନ୍ତି ।

ଏଘଟଣା ହେଉଛି କଟକ ଶିଖରପୁର ଛକ ଅଞ୍ଚଳର । ରାସ୍ତା ଉପରେ ଗୋଡ଼ି ଓ ବାଲି ପଡିରହୁଥିବା ଯୋଗୁଁ ଏହି ସ୍ଥାନରେ  ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିଲା। କିନ୍ତୁ ସେଥିପ୍ରତି କାହାର ନିଘା ନଥିଲା। ଦୁର୍ଘଟଣାର ମୁଖ୍ୟ କାରଣ  ଜାଣିବା ପରେ ଶିଖରପୁର ଛକରେ କାର୍ଯ୍ୟରତ ଲଳିତ ରାଉତ ନାମକ ଜଣେ ଟ୍ରାଫିକ୍ କନେଷ୍ଟବଳ ନିଜେ ଗୋଟେ ଝାଡୁ ଧରି ରାସ୍ତା ସଫା କରିବାରେ ଲାଗିଥିଲେ। ସେହି ସମୟରେ କେହି ଜଣେ  ଏହାର  ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ  କରିଦେଇଥିଲେ।ଏବେ ଲଳିତଙ୍କ ଏଭଳି ମହନୀୟ କାର୍ଯ୍ୟ ପାଇଁ ଚାରିଆଡୁ ତାଙ୍କୁ ପ୍ରଶଂସା ମିଳିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.