ଖୁବ୍‌ ଶୀଘ୍ର ଭାରତରେ ଋଷୀୟ କରୋନା ଟିକା ସ୍ଫୁଟନିକ୍‌-v ର ଦ୍ୱିତୀୟ ଓ ତୃତୀୟ ମାନବ ପରୀକ୍ଷଣ

ନୂଆଦିଲ୍ଲୀ : କରୋନା ଟିକା ପରୀକ୍ଷଣକୁ ନେଇ ଅନେକ ସକରାତ୍ମକ ଖବର ମିଳିବାରେ ଲାଗିଛି । ସବୁଠୁ ଆଗରେ ରହିଛି ଋଷୀୟ ଟିକା ‘ସ୍ଫୁଟନିକ୍‌-v’ ର ପରୀକ୍ଷଣ । ଭାରତରେ ଏହାର ପ୍ରଥମ ପରୀକ୍ଷଣ ବିଶେଷ ସଫଳ ହୋଇନଥିଲା । ଏବେ ଏହାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଭାରତରେ ହେବାକୁ ଗ୍ରୀନ୍‌ ସିଗ୍‌ନାଲ୍‌ ମିଳିଛି ।

RUSSIA VACCINE.JPG-0

ଶୁକ୍ରବାର ସେଣ୍ଟ୍ରାଲ୍‌ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍‌(ସିଡିଏସ୍‌ସିଓ)ର ବିଶେଷଜ୍ଞ କମିଟି ଡକ୍ଟର ରେଡିସ୍‌ ଲାବୋରେଟୋରିକୁ ଏଥିପାଇଁ ଅନୁମତି ଦେଇଛି । ଡକ୍ଟର ରେଡି ଲାବୋରେଟୋରୀ ଗତ ୧୩ ତାରିଖରେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍‌ ଅଫ୍‌ ଇଣ୍ଡିଆ (ଡିସିଜିଆଇ)ଙ୍କୁ ପୁନର୍ବାର ଆବେଦନ କରିଥିଲା ।

RUSSIA VACCINE

ପ୍ରାରମ୍ଭିକ ପରୀକ୍ଷାରେ ସମସ୍ୟା ସୃଷ୍ଟି ହେବା କାରଣରୁ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ଡକ୍ଟର୍ ରେଡିସ୍ ଲାବରେଟୋରିଜ୍’ ସଂଶୋଧିତ ପ୍ରୋଟକଲ୍ ଆଣିଛି। ଏହି ପ୍ରୋଟକଲ୍ ଅନୁସାରେ, ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷାରେ ୧୦୦ ଜଣ ସ୍ୱେଚ୍ଛାସେବୀ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ୧୪୦୦ଜଣ ସ୍ୱେଚ୍ଛାସେବୀଙ୍କୁ ସାମିଲ କରାଯିବ।

ବହୁ ବିଚାର ବିମର୍ଶ ପରେ ‘ସବ୍ଜେକ୍ଟ୍ ଏକ୍ସପର୍ଟ କମିଟି’ (ଏସ୍ଇସି) କେବଳ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ମଞ୍ଜୁରି ଦେଇଛି । ଏହି ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷାରୁ ମିଳିଥିବା ନିରାପତ୍ତା ଏବଂ ରୋଗପ୍ରତିରୋଧକ କ୍ଷମତା ସମ୍ବନ୍ଧୀୟ ତଥ୍ୟ ଦାଖଲ କରାଯିବା ପରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ଅନୁମତି ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.