ମହିଳାଙ୍କ ପାଇଁ ହିରୋ ଲଞ୍ଚ୍‌ କଲା ପ୍ଲେଜର ପ୍ଲସ୍‌ର ପ୍ଲାଟିନମ୍‌ ଏଡିସନ୍‌, ଜାଣନ୍ତୁ କେତେ ରହିଛି ଦାମ୍‌

ଖାସ୍‌ କରି ମହିଳାଙ୍କ ପାଇଁ ଦୁଇଚକିଆ ବାଇକ କମ୍ପାନୀ ହିରୋ ମୋଟୋକୋର୍ପ ପ୍ଲେଜର ପ୍ଲସ୍‌ ସ୍କୁଟରର ପ୍ଲାଟିନମ୍‌ ଏଡିସନ୍‌ ଲଞ୍ଚ୍‌ କରିଛି। ଏହି ଫେଷ୍ଟିଭ୍‌ ସିଜନରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏହି ସ୍କୁଟରକୁ ୬୦,୯୫୦ ଟଙ୍କାରେ (ଏକ୍ସ-ଶୋରୁମ୍‌) ଭାରତୀୟ ବଜାରରେ ଲଞ୍ଚ୍‌ କରାଯାଇଛି।

ଏହି ସ୍କୁଟରର ଫ୍ରଣ୍ଟ ଆପ୍ରନ୍‌ରେ ଉଭୟ ଇଣ୍ଡିକେଟର ମଧ୍ୟରେ କ୍ରୋମ୍‌ ବ୍ୟବହାର କରାଯାଇଛି। ଏହା ବ୍ୟତୀତ ହେଡ୍‌ ଲାଇଟ୍‌ ହାଉସିଂ, ସାଇଡ୍‌ ପ୍ୟାନେଲ ଓ ରିୟର ଭ୍ୟୁ ମିରରରେ ମଧ୍ୟ କ୍ରୋମ୍‌ ବ୍ୟବହାର କରାଯାଇଛି। ଫଳରେ ଏହାର ଲୁକ୍‌ ଆହୁରି ଆକର୍ଷକ ଲାଗୁଛି। ଏହି ଏଡିସନ୍‌ରେ ବ୍ରାଉନ୍‌-ବ୍ଲାକ୍‌ ଡୁଆଲ ଟୋନ୍‌ ସିଟ୍‌ କଭର ସହ ପିଲିୟନ୍‌ ରାଡର ପାଇଁ ବ୍ୟାକ ରେଷ୍ଟ ମଧ୍ୟ ଦିଆଯାଇଛି। ସ୍କୁଟରର ସାଇଲେନ୍ସରରେ କ୍ରୋମ୍‌ ମଫଲର ଲଗାଯାଇଛି। ସେହିପରି ଏଥିରେ ୩ଡି ଲୋଗୋ ବି ରହିଛି।

scooter2

ପ୍ଲେଜର ପ୍ଲସ୍‌ ପ୍ଲାଟିନମ୍‌ ଏଡିସନ୍‌ରେ ଏଲ୍‌ଇଡି ହେଡ୍‌ଲାଇଟ୍‌, ଟ୍ୟୁବ୍‌ଲେସ୍‌ ଫ୍ରଣ୍ଟ ଓ ରିୟର ଟାୟାର, ଏଲ୍‌ଇଡି ବୁଟ୍‌ ଲ୍ୟାମ୍ପ, ଅଲାୟ ହ୍ଵିଲ୍‌, ସାଇଡ୍‌ ଷ୍ଟାଣ୍ଡ ଇଣ୍ଡିକେଟର, ଇଣ୍ଟିଗ୍ରେଟେଡ୍‌ ବ୍ରେକିଂ ସିଷ୍ଟମ୍‌, ଏଲ୍‌ଇଡି ଫ୍ୟୁଲ ଇଣ୍ଡିକେଟର, ମୋବାଇଲ ଚାର୍ଜର ଓ ୟୁଟିଲିଟି ବକ୍ସ ଦିଆଯାଇଛି। ଏଥିରେ ୧୧୦ ସିସିର ସିଙ୍ଗଲ ସିଲିଣ୍ଡର ଇଞ୍ଜିନ୍‌ ଲାଗିଛି ଯାହା ୮ ବିଏଚ୍‌ପିର ପାଓ୍ଵାର ଓ ୮.୭ ନ୍ୟୁଟନ୍‌ ମିଟରର ଟର୍କ ଉତ୍ପନ୍ନ କରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.