Below header

ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୨୧୬ କରୋନା ପଜିଟିଭ୍‌, ସୁସ୍ଥ ହେଲେ ୩୦୭ ଜଣ ଆକ୍ରାନ୍ତ

ଭୁବନେଶ୍ୱର(କେନ୍ୟୁଜ୍‌) : ଭୁବନେଶ୍ୱରରୁ ଆଜି (ଶନିବାର) ମୋଟ ୨୧୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୫୫ ଜଣ ସଂଗରୋଧରୁ ଆସିଥିବା ବେଳେ ୧୬୧ ଜଣ ଲୋକାଲ୍‌ କଣ୍ଟାକ୍ଟରୁ ଆସିଥିବା ଜଣାଯାଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏ ସମ୍ପର୍କରେ ଟ୍ଵିଟ୍‌ କରି ସୂଚନା ଦେଇଛି । ଭୁବନେଶ୍ୱରରୁ ଆଜି ସୁସ୍ଥ ହୋଇଛନ୍ତି ୩୦୭ ଜଣ ଆକ୍ରନ୍ତ ।

 

ସୂଚନା ଅନୁସାରେ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୬ ହଜାର ୯୯୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୩ ହଜାର ୮୩୦ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୩୦୧୧ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୩୩ ଜଣଙ୍କର ମୃତ୍ୟୁ ହୋଇଛି । ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ।

ଆଜି ଚନ୍ଦ୍ରଶେଖରପୁରରୁ ୧୧ଜଣ, ୟୁନିଟ-୯ରୁ ୧୦ଜଣ, ପଟିଆରୁ ୧୦ଜଣ, ଖଣ୍ଡଗିରିରୁ ୭ଜଣ, ଲକ୍ଷ୍ମୀସାଗରରୁ ୭ଜଣ, ବମିଖାଲରୁ ୬ଜଣ, ଝାରପଡ଼ାରୁ ୫ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.