ପ୍ୟାକେଟ୍‌ ହଜିବାରୁ ମୁମ୍ବାଇର ଯୁବକ Amazon ର ସିଇଓ ବେଜୋସ୍‌ଙ୍କୁ କଲେ ଇ-ମେଲ, ଆସିଲା ଏମିତି ଉତ୍ତର

ଗ୍ରାହକଙ୍କ ସମସ୍ୟାକୁ ସମାଧାନ କଲେ ଆମାଜନ୍‌ର ସିଇଓ। କୌଣସି କର୍ମଚାରୀ ମାଧ୍ୟମରେ ନୁହେଁ ବରଂ ନିଜେ ମେଲରେ ସମସ୍ୟା ପଢ଼ି ତାହାର ସମାଧାନ କରିଛନ୍ତି ମାଲିକ। ଦୁନିଆର ସବୁଠୁ କୋଟିପତି ବ୍ୟକ୍ତି ଆମାଜନ୍‌ର ମାଲିକ ଜେଫ ବେଜୋସ୍‌ ମୁମ୍ବାଇର ଜଣେ ବ୍ୟକ୍ତି କରିଥିବା ଅଭିଯୋଗ ଶୁଣିବା ସହ ଏହାକୁ ସମାଧାନ ମଧ୍ୟ କରିଛନ୍ତି।

ମୁମ୍ବାଇର ଓଁକାର ହନୁମନ୍ତ ନାମକ ଜଣେ ବ୍ୟକ୍ତି ନିଜ ଦାଦିଙ୍କ ପାଇଁ ଆମାଜନ୍‌ରୁ ଏକ ନୋକିଆର ବେସିକ୍‌ ଫୋନ୍‌ ଅର୍ଡର କରିଥିଲେ। ଏଥିପାଇଁ ସେ ଆଗୁଆ ପେମେଣ୍ଟ ବି କରିଥିଲେ। ଅନେକ ଦିନ ଯିବା ପରେ ବି ତାଙ୍କୁ ତାଙ୍କ ଫୋନ୍‌ ମିଳିନଥିଲା। ମାତ୍ର ୱେବ୍‌ସାଇଟ୍‌ରେ ଫୋନ୍‌ ଡେଲିଭରି ହୋଇଥିବା ଦେଖାଉଥିଲା। ଫୋନ୍‌ ଡେଲିଭରି ନ ହୋଇ ବି ଡେଲିଭରି ଦେଖାଉଥିବାରୁ ଓଁକାର ବହୁତ ରାଗିଯାଇଥିଲେ। ଏଥିପାଇଁ ସେ ଆମାଜନର ମାଲିକ ଜେଫ୍‌ ବେଜୋସ୍‌ଙ୍କୁ ମେଲ କରିଥିଲେ।

amazon

ସେ ଇମେଲରେ ଲେଖିଥିଲେ ‘ହାଏ ଜେଫ୍‌, ଆଶା କରୁଛି ଆପଣ ଭଲରେ ଥିବେ। ମୁଁ ଆପଣଙ୍କ ଗ୍ରାହକ ସେବା ଓ ଡେଲିଭରି ବ୍ୟବସ୍ଥା ଦେଖି ବହୁତ ନିରାଶ ହୋଇଛି।। ମୁଁ ଆମାଜନ୍‌ରୁ ଯେଉଁ ଫୋନ୍‌ ଅର୍ଡର କରିଥିଲି ତାହା ମୋତେ ଆଜି ପର୍ଯ୍ୟନ୍ତ ଡେଲିଭରି ହୋଇନି। କିନ୍ତୁ ଆପଣଙ୍କ ସାଇଟ୍‌ରେ ତାହା ଡେଲିଭରି ହୋଇଛି ବୋଲି ଲେଖାଯାଇଛି। ଆପଣଙ୍କ ଡେଲିଭରି ବୟ ଫୋନ୍‌କୁ ମୋ ସୋସାଇଟି ଗେଟ୍‌ ସାମ୍ନାରେ ରଖି ଦେଇ ଚାଲିଯାଇଥିଲା। ସେଠାରୁ ତାହା ଚୋରି ହୋଇଯାଇଛି। ମୋତେ ଡେଲିଭରି ବୟର କୌଣସି କଲ ବି ଆସିନି। ସବୁଠୁ ଦୁଃଖର କଥା ହେଉଛି ଆପଣଙ୍କ କଷ୍ଟମର ସର୍ଭିସ ମୋ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ଯାଞ୍ଚ କରୁଛି ବୋଲି କହି ଆସୁଛି’।

ଏହି ମେଲକୁ ଜେଫ୍‌ ନିଜେ ପଢ଼ିବା ସହ ତୁରନ୍ତ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାଞ୍ଚ ବେଳେ ଫୁଟେଜ୍‌ରେ ଦେଖିବାକୁ ମିଳିଲା ଯେ ଡେଲିଭରି ବୟ ଓଁକାରଙ୍କୁ ଫୋନ୍‌ ଦେବା ବଦଳରେ ଏଣ୍ଟ୍ରି ଗେଟ୍‌ ପାଖରେ ଛାଡ଼ି ଦେଇ ଚାଲିଗଲା। ଏହା ପରେ ଆଉ ଜଣେ ବ୍ୟକ୍ତି ଆସି ଏହାକୁ ଚୋରି କରି ନେଇଗଲେ।

ପ୍ରକାଶ ଯେ ଜେଫ୍‌ ଏକ ଇଣ୍ଟଭ୍ୟୁରେ କହିଥିଲେ ସେ ସମସ୍ତ ଗ୍ରାହକଙ୍କ ମେଲକୁ ନିଜେ ହିଁ ପଢ଼ନ୍ତି। ଯଦି ସେ ତାହାର ସିଧାସଳଖ ଜବାବ ଦେଇପାରନ୍ତି ନାହିଁ ତେବେ ଉକ୍ତ ବିଭାଗକୁ ତାହା ଫରଓ୍ଵାର୍ଡ କରି ଦିଅନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.