ବାଲେଶ୍ବର: ଅର୍ଡର କରିଥିବା ୩୪ ହଜାର ଟଙ୍କାର ମୋବାଇଲ ନେବା ପରେ ପଇସା ନଦେଇ ଡେଲିଭରି ବୟଙ୍କୁ ହତ୍ୟା ଉଦ୍ୟମ କଲେ ଯୁବକ

ଜଳେଶ୍ବର(କେନ୍ୟୁଜ୍):  ୩୪ ହଜାର  ଟଙ୍କା  ପାଇଁ ଇ-କାର୍ଟ ଡେଲିଭରି ବୟଙ୍କୁ ହତ୍ୟା ଉଦ୍ୟମ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା  କମର୍ଦା ଥାନା ଅନ୍ତର୍ଗତ ବହାର୍ଦା ଗ୍ରାମରେ । ସୂଚନା ଅନୁଯାୟୀ  ନିର୍ମାଲ୍ୟ ଦାସ ନାମକ ଯୁବକ ଇ-କାର୍ଟର ଡେଲିଭରି ବୟ ଭାବେ କାମ କରନ୍ତି । ନିର୍ମାଲ୍ଯ ଆଜି କମର୍ଦା ଥାନା ଅନ୍ତର୍ଗତ ବହାର୍ଦା ଗ୍ରାମକୁ  ଏକ ୩୪ ହଜାର ଟଙ୍କାର ମୋବାଇଲ ଡେଲିଭରି ପାଇଁ ଯାଇଥଲେ। ମାତ୍ର ଅର୍ଡର ମଗାଇ ଥିବା ଯୁବକ ଜଣକ ମୋବାଇଲ ନେବାପରେ ତାଙ୍କ ସହଯୋଗୀଙ୍କ ସହ ମିଶି ନିର୍ମାଲ୍ଯଙ୍କୁ ପଛପଟୁ ଆକ୍ରମଣ କରିଥିଲେ ଏବଂ ବେଲ୍ଟରେ ନିର୍ମାଲ୍ଯଙ୍କ  ବେକକୁ ବାନ୍ଧି ନିକଟରେ ଥିବା ଜଙ୍ଗଲ ମଧ୍ୟକୁ ନେଇଯାଇଥିଲେ ।

delivery boy1

ତେବେ ଏସବୁ ଘଟଣାକୁ ଜଣେ ସ୍ଥାନୀୟ ବାସିନ୍ଦା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ପହଞ୍ଚି ଦୁଇ ଯୁବକଙ୍କୁ ଅଟକ ରଖିଥିବା ବେଳେ ନିର୍ମାଲ୍ୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଳେଶ୍ବର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଘଟଣା ସ୍ଥଳରେ ବର୍ତ୍ତମାନ ସୁଦ୍ଧା ଚାପା ଉତ୍ତେଜନା ଲାଗି ରହିଥିବା ବେଳେ କମର୍ଦା ପୋଲିସ ଘଟଣା ସ୍ଥଳରେ  ପହଞ୍ଚି ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.