Below header

ଜୁଲାଇ ଗାଇଡଲାଇନ; କେଉଁ ଜିଲ୍ଲାରେ କଟକଣା ରହିବ, କେଉଁ ଜିଲ୍ଲାରେ ହଟିବ ? ଜାଣନ୍ତୁ ଏଥିରୁ

କେନ୍ୟୁଜ୍(ବ୍ୟୁରୋ): କ’ଣ ହେବ ଜୁଲାଇ ଗାଇଡଲାଇନ । ରାଜ୍ୟରେ କେଉଁ ଜିଲ୍ଲାରେ କଟକଣା ରହିବ, କେଉଁ ଜିଲ୍ଲାରେ ହଟିବ ? ତିନି-ଚାରି ଦିନ ମଧ୍ୟରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଆଗକୁ ଜୁଲାଇ ୧୨ରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା । ଜୀବନ-ଜୀବିକା ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଏବେ କରୋନା ଆକ୍ଟିଭ୍‌ କେସ ରେଡ ଜୋନ୍‌ରେ ରହିଛି ଖୋର୍ଦ୍ଧା, କଟକ, ଯାଜପୁର ଓ ବାଲେଶ୍ୱର । ସେହିଭଳି ପଜିଟିଭିଟି ରେଟ୍‌ ରେଡ ଜୋନ୍‌ରେ ଯାଜପୁର, ଖୋର୍ଦ୍ଧା, ବାଲେଶ୍ୱର ରହିଛି ।

ଏହି ତିନି ଜିଲ୍ଲାରେ ୭.୫ ପ୍ରତିଶତରୁ ଅଧିକ ପଜିଟିଭିଟି ରେଟ ରହିଛି । ଏହାସହ ତିନି ଜିଲ୍ଲାରେ ୧୦୦୦ରୁ ଅଧିକ ଆକ୍ଟିଭ କେସ୍‌ ରହିଛି । ସେହିପରି ପୁରୀ, ନୟାଗଡ଼ରେ ପଜିଟିଭିଟି ରେଟ ୭.୫ ପ୍ରତିଶତରୁ ଅଧିକ । ତେଣୁ ଏହି ୫ ଜିଲ୍ଲାରେ କ’ଣ ପଦକ୍ଷେପ ନେବେ ସରକାର ? ୫ ଜିଲ୍ଲାରେ ଜୁଲାଇରେ କଟକଣା ବଳବତ୍ତର ରହିବ ନା କୋହଳ ହେବ ? ଆସନ୍ତା ଜୁଲାଇ ୧ ସକାଳ ଯାଏ ଆଂଶିକ ଲକଡାଉନ କଟକଣା ଜାରି ରହିବ । ତେଣୁ ଏହାପରେ ରାଜ୍ୟ ସରକାର କି ପଦକ୍ଷେପ ନେବେ ତା ଉପରେ ନଜର ରହିବ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.