Below header

ଯୋବ୍ରା ବ୍ୟାରେଜରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ଘଟଣା: ହ୍ବାର୍ଟସଆପ୍ ଚାଟିଂରେ ତୁଷାରଙ୍କ ଗର୍ଲଫ୍ରେଣ୍ଡ ଜୀବନରେ ମାରିବାକୁ ଧମକ ଦେଇଥିବା ଜଣାପଡିଛି

କଟକ(କେନ୍ୟୁଜ୍):  ବଢୁଛି କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ସସ୍‌ପେନ୍‌ସ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। କଟକ ଯୋବ୍ରା ବ୍ୟାରେଜରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ପରେ ଆଜି କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦେବେ ମୃତ ଛାତ୍ରଙ୍କ ପରିବାର ଲୋକ। ଇତିମଧ୍ୟରେ ତୁଷାର ଓ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ମଧ୍ୟରେ ହୋଇଥିବା ହ୍ଵାଟଆପ ଚାଟିଂ ଘଟଣାକୁ ଆହୁାରୀ ରହସ୍ୟମୟ କରୁଛି । ଉଭୟଙ୍କ ମଧ୍ୟରେ ହୋଇଥିବା ଚାଟିଂରେ ତୁଷାରଙ୍କ ଗର୍ଲଫ୍ରେଣ୍ଡ ତାଙ୍କୁ ଜୀବନରେ ମାରିବାକୁ ଧମକ ଦେଇଥିବା ଜଣାପଡିଛି ।

କାଲି ମୃତଦେହ ଉଦ୍ଧାର ପରେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରଙ୍କ ପରିବାର ଲୋକ। ହତ୍ୟା ପଛରେ ଜଣେ ବାନ୍ଧବୀଙ୍କର ସଂପୃକ୍ତି ଥିବା କହିଛନ୍ତି ପରିବାର ଲୋକ। ତା ସହ ୪ରୁ ୫ ଜଣ ପିଲାଙ୍କର ମଧ୍ୟ ସଂପୃକ୍ତି ଥିବା କୁହାଯାଉଛି । ଗତ ୩ ତାରିଖରୁ ତୁଷାରକାନ୍ତ ନିଖୋଜ ଥିଲେ। ଗତକାଲି ଯୋବ୍ରା ଆନିକଟରୁ ତୁଷାରଙ୍କ ମୃତଦେହ ଉଦ୍ଧାର ହୋଇଥିଲା। .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.