Below header

“ବଚପନ କା ପ୍ୟାର” ଗୀତ ଭାଇରାଲ ପରେ Indian Idol-12 ସେଟରେ ପହଞ୍ଚିଲେ ସହଦେବ, ଗୀତ ଗାଇବାର ମିଳିଲା ମୌକା, ଦେଖନ୍ତୁ

ସୋସିଆଲ ମିଡିଆରେ ଏବେ ଗୋଟିଏ ଗୀତ ଭାଇରାଲ ହେଉଛି । “ବଚପନ କା ପ୍ୟାର ମେରା “, ଯାହାକୁ ଗାଇବା ପରେ ରାତାରାତି ଭାଇରାଲ ହୋଇଯାଇଥିଲେ ସହଦେବ ଦିରଦୋ । ଏହି ଗୀତ ଭାଇରାଲ ହେବା ପରେ ନେତା ମନ୍ତ୍ରୀ ସମସ୍ତେ ସହଦେବଙ୍କ ଫ୍ୟାନ ହୋଇଯାଇଛନ୍ତି । ସୋସିଆଲ ମିଡିଆରେ ସେନସେସନ ହୋଇଯାଇଥିବା ଏହି ପିଲା ପାଖକୁ ଆସୁଛି ଭଲ ପାଇବାର ସୁଅ ।

indian idol
pc: the siasat daily

ସିଙ୍ଗିଙ୍ଗ ରିଆଲିଟି ସୋ ଇଣ୍ଡିଆନ ଆଇଡଲ ସିଜିନ ୧୨ରେ ସହଦେବ ପହଞ୍ଚିଥିଲେ । ସେଠରେ ପୁଣିଥରେ ନିଜର ଏହି ଭାଇରାଲ ଗୀତ ଗାଇଥିଲେ ।ସେଠାରେ ଉପସ୍ଥିତ ସମସ୍ତ ଜଜ ଏବଂ ପ୍ରତିଯୋଗୀ ଏହି ଗୀତ ଶୁଣି ଝୁମିବା ଆରମ୍ଭ କରିଥିଲେ । ଦେଖନ୍ତୁ ଏହି ଭିଡିଓ..

ଏଠାକୁ ଆସିବା ପରେ ତାଙ୍କ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ସହଦେବଙ୍କ ଏହି ଧମାକାଦାର ପଫର୍ମାନ୍ସ ଦେଖି ସମସ୍ତେ ଖୁସି ହୋଇଯାଇଥିଲେ । ୧୦ ବର୍ଷର ସହଦେବ ଛତିଶଗଡ଼ର ସୁକମା ଜିଲ୍ଲାରେ ବାସ କରନ୍ତି । ସୂଚନା ଅନୁଯାୟୀ ଖୁବ ଶୀଘ୍ର ବାଦଶାହ ତାଙ୍କ ଅପକମିଂ ପ୍ରୋଜେକ୍ଟରେ ସହଦେବଙ୍କୁ ନେବାର ଯୋଜନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.