ପୁଣି କଟକ କୋଭିଡ଼ ହସ୍ପିଟାଲରେ ଅଘଟଣ, ୪ ମହଲା ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କଲେ ରୋଗୀ

କଟକ(କେନ୍ୟୁଜ୍):  କଟକ ଏସ ସି ବି ବଡ଼ ମେଡିକାଲ କୋଭିଡ ମେଡିକାଲ ରେ ପୁଣି ଅଘଟଣ । କରୋନ ରୋଗୀ ଜଣଙ୍କ ୪ ମହଲାରୁ ଡେଇଁ ମୃତ୍ୟୁ ବରଣ କରିଛନ୍ତି। ଗତ ବୁଧବାର ଦିନ କଟକ ଏସସିବିରେ ଭର୍ତ୍ତି ହେଇଥିଲେ । ୫ ତାରିଖ ରାତି ୧:୨୦ମିନିଟରେ  କୋଭିଡ ବିଭାଗର ୪ ତାଲାରେ ଆଡମିଶନ ହୋଇଥିଲେ। ରୋଗୀଙ୍କ ନାମ ହରିଆ ସିଂ ଓ ତାଙ୍କଘର ମଇଉରଭଞ୍ଜ ଜିଲ୍ଲାରେ ବୋଲି ଜଣାପଡିଛି।  ଗତ କାଲି ରାତିରେ ସେ ୪ ତାଲାରୁ ଡେଇଁ ପଡ଼ିଥିଲେ।

ପରେ ତାଙ୍କୁ ଗରୁତର ଅବସ୍ଥାରେ ଜଣଙ୍କୁ କଜୁଆଲଟିରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର  ମୃତ ଘଟିଥିଲା ଏନେଇ ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା  ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.