ଗର୍ଭବତୀ ମହିଳାଙ୍କ ପାଇଁ ବେଷ୍ଟ ହୋଇଥାଏ “ହଲିମ ମଞ୍ଜି ଲଡ୍ଡୁ”

ଗର୍ଭବତୀ ମହିଳାଙ୍କ ବିଶେଷ ରୂପେ ଧ୍ୟାନ ରଖିବା ପାଇଁ କୁହାଯାଏ । ଘରେ ହଉ କି ବାହାର ତାଙ୍କର ଖାଦ୍ୟପେୟ ପ୍ରତି ମଧ୍ୟ ସତର୍କ ରହିବାକୁ ପଡିଥାଏ । ଯେଉଁମାନେ ପ୍ରଥମ କରି ମାଁ ହେଉଛନ୍ତି ତାଙ୍କୁ ଅଧିକ ଯତ୍ନ ନେବାକୁ ପରାମର୍ଶ ଦିଆଯାଏ ।ଏହାଦ୍ୱାରା ମାଆର ସ୍ୱାସ୍ଥ ସହ ଶିଶୁର ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରୁହେ ।

ବିଶେଷ କରି ଭାରତରେ ଗର୍ଭବତୀ ମହିଳାଙ୍କର ପାରମ୍ପକରିକ ରୂପେ ଧ୍ୟାନ ରଖାଯାଏ । ଯେପରିକି ଗରମ ତେଲ ମାଲିସ ହେଉ ଅବା ସ୍ୱାଦିଷ୍ଟ ପୃଷ୍ଟିକର ଖାଦ୍ୟ । ତେବେ ମହିଳାଙ୍କୁ ଏହି ସମୟରେ ଖଟ୍ଟା, ଚଟ୍‌ପଟା ଓ ମିଠା ଖାଦ୍ୟ ଭଲ ଲାଗିଥାଏ । ଘରେ ଏଥିପାଇଁ ପୌଷ୍ଟିକ
ରୂପେ ପିଠା ଓ ଲଡ୍ଡୁ ତିଆରି କରାଯାଏ । ଏମିତିରେ ବିଭିନ୍ନ ପ୍ରକାର ଲଡ୍ଡୁ ଘରେ ତିଆରି ହୋଇଥାଏ । ରାଶି ଠୁ ଆରମ୍ଭ କରି ବହୁତ କିଛି । କିନ୍ତୁ ଆପଣ କେବେ ହଲିମ ମଞ୍ଜିର ଲଡ୍ଡୁ ଖାଇଛନ୍ତି ।

ଆଜ୍ଞା ହଁ, ହଲିମ ମଞ୍ଜିର ଲଡ୍ଡୁ ବହୁତ ଟେଷ୍ଟି ଓ ପୃଷ୍ଟିକର ମଧ୍ୟ । ଏଥିରେ ଗୁଡ଼, କୋରା ନଡ଼ିଆ, ଘିଅ ଓ କିଛି ଶୁଖା ମେୱା ପଡିଥାଏ । ଯାହା ଏହାକୁ ଅଧିକ ସ୍ୱାଦିଷ୍ଟ କରିଥାଏ । ତେବେ ଏହାକୁ ଖାଇବା ଦ୍ୱାର ଶରୀରକୁ ବହୁତ ଫାଇଦା ମିଳିଥାଏ । ଯେମିତି କି

halim
pc: amazon.in

– ଏଥିରେ ଆଇରନ, ପ୍ରୋଟିନ, ଫୋଲେଟ ରହିଥାଏ । ଯାହା ସ୍ତନ୍ୟପାନ କରାଉଥିବା ମାଆ ମାନଙ୍କ ପାଇଁ ବହୁତ ଆବଶ୍ୟକ ହୋଇଥାଏ । ଏହା ଶରୀରରେ ଦୁଗ୍ଧ ସୃଷ୍ଟି କରିଥାଏ । ଯାହା ଶିଶୁଙ୍କ ପାଇଁ ନିତ୍ୟାନ୍ତ ଜରୁରୀ ।

– ପ୍ରସବ ପରେ ରକ୍ତ ଅଭାବ ଶରୀରରେ ହୋଇଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତ ଅଭାବ ଦୂର ହୁଏ ।

– ଏହା ଶରୀରରେ ଗ୍ଲୁକୋଜ ସ୍ତରକୁ କଣ୍ଟ୍ରୋଲ କରିଥାଏ ।

– ଏହା କେବଳ ମହିଳା ତଥା ମାଆ ମାନଙ୍କ ପାଇଁ ଆବଶ୍ୟକ ନୁହେଁ । ଏହାକୁ ସମସ୍ତ ବ୍ୟକ୍ତି ଖାଇପାରିବେ । ପ୍ରତିଦିନ ଏହାକୁ ଏକ ଗ୍ଳାସ କ୍ଷୀର ସହିତ ଖାଇଲେ ଶରୀରର ସମସ୍ତ ସମସ୍ୟା ଦୂର ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.