ଲଗାତାର ଷଷ୍ଠଥର ଲାଗି ରେପୋରେଟ୍‌ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ, ମନିଟାରୀ ପଲିସି କମିଟି ବୈଠକରେ ନିଷ୍ପତ୍ତି

କେନ୍ୟୁଜ୍(ବ୍ୟୁରୋ):  ଆର୍ଥିକ ନୀତିକୁ ନେଇ ରିଜର୍ଭ ବ୍ୟାଙ୍କର ବଡ଼ ଘୋଷଣା । ରେପୋରେଟ୍‌ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ । ଲଗାତାର ଷଷ୍ଠଥର ଲାଗି ରେପୋରେଟ୍‌ ଅପରିବର୍ତ୍ତିତ ରଖିବାକୁ ମନିଟାରୀ ପଲିସି କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ରେପୋରେଟ୍‌ ୪ପ୍ରତିଶତ ଓ ରିଭର୍ସ ରେପୋରେଟ୍‌ ୩ ଦଶମିକ ୩୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି RBI । ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମନିଟାରୀ ପଲିସି କମିଟି ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି ।

୨୦୨୧-୨୨ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୯ ଦଶମିକ ୫% ଟାର୍ଗେଟ ରଖାଯାଇଛି । ସେହିପରି ୨୦୨୧-୨୨ରେ CPI ମୁଦ୍ରାସ୍ଫିତି ୫.୭% ଧାର୍ଯ୍ୟ ରଖାଯାଯାଇଛି । କରୋନା ଦ୍ୱିତୀୟ ଲହର ପରେ ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆସୁଥିବା RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.