Below header

ଭକ୍ତଙ୍କ ପାଇଁ କେବେ ଖୋଲିବ ଶ୍ରୀମନ୍ଦିର ଚାରି ଦ୍ୱାର? ଛତିଶା ନିଯୋଗ ବୈଠକରେ ବାହାରିନି ନିଷ୍କର୍ଷ

ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ ଅପେକ୍ଷା କରି ରହିଛନ୍ତି l ଦୁଇ ଦିନ ତଳେ ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶେଷ ହୋଇଥିଲେ ମଧ୍ୟ ସିଂହଦ୍ୱାର ବ୍ୟତୀତ ଅନ୍ୟ କେଉଁ ଦ୍ୱାର ଖୋଲାଯିବ ସେ ନେଇ କୌଣସି ନିଷ୍କର୍ଷ ବାହାରି ପାରିନାହିଁ ।

ପୁରୀ(କେନ୍ୟୁଜ୍):  କେବେ ଖୋଲିବ ଶ୍ରୀ ମନ୍ଦିର ଚାରି ଦ୍ୱାର ? ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ ଅପେକ୍ଷା କରି ରହିଛନ୍ତି l ଦୁଇ ଦିନ ତଳେ ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶେଷ ହୋଇଥିଲେ ମଧ୍ୟ ସିଂହଦ୍ୱାର ବ୍ୟତୀତ ଅନ୍ୟ କେଉଁ ଦ୍ୱାର ଖୋଲାଯିବ ସେ ନେଇ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ବୈଠକରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ବିସ୍ତୃତ ଭାବେ ଆଲୋଚନା ସହ ଅନେକ ମତାମତ ଆସିଛି । ଏସବୁକୁ ନେଇ ଏକ ସବ କମିଟି ଗଠନ କରାଯାଇଛି । ସବ କମିଟି ବୈଠକ ବସିବା ପରେ ନିଷ୍ପତ୍ତି ସମ୍ପର୍କରେ ଜଣାଯିବ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ବୈଠକ ପରେ ଏହି ସୂଚନା ଦେଇଛନ୍ତି । ତେବେ ଖୁବଶୀଘ୍ର ପୁରୀ ବାସୀଙ୍କ ପାଇଁ ପଶ୍ଚିମ କିମ୍ବା ଦକ୍ଷିଣ ଦ୍ୱାର ଖୋଲିବାର ସମ୍ଭାବନା ରହିଛି । ଓବିସିସି ପକ୍ଷରୁ ହେଉଥିବା ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସାରିବାକୁ ପରାମର୍ଶ ଦିଆଯାଇଛି । ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ସେବାୟତଙ୍କ ଭିନ୍ନଭିନ୍ନ ପ୍ରସ୍ତାବ ଆସିଥିବାରୁ ସବ୍‌ କମିଟି ବୈଠକରେ ସମସ୍ତ ଦିଗକୁ ନେଇ ତର୍ଜମା ପରେ ଶ୍ରୀମନ୍ଦିର ଚାରି ଦ୍ୱାର କେବେ ଖୋଲିବ ତାହା ସ୍ପଷ୍ଟ ହେବ l କେବଳ ଗୋଟିଏ ଦ୍ୱାରରେ ଭକ୍ତଙ୍କ ପ୍ରବେଶ ଥିବା ବେଳେ ଭକ୍ତ ମାନେ ଅନେକ ଅସୁବିଧା ସମ୍ମୁଖୀନ ହେଉଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.