Below header

ମୋହନାରୁ ଟ୍ରକ ସହ ୧୮ କୁଇଣ୍ଟାଲ ଅଡ଼ବାରୁ ୩୭ କୁଇଣ୍ଟାଲ ଗଞ୍ଜେଇ ଜବତ

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ ଦୁଇ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆକୁ ଗିରଫ କରିଛି। ଗିରଫ ଦ୍ବୟ ହେଲେ ମହାରାଷ୍ଟ୍ର ସୋଲପୁର ଅଞ୍ଚଳର ଶୁଭମ ସଞ୍ଜୟ ସୋନଵାଲେ ଏବଂ ଗୁଞ୍ଜନ ମହାଦେବ।

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ପୋଲିସ କମଳାପୁର ନାକା ଗେଟ ଠାରେ ଯାନବାହନ ଯାଞ୍ଚ କଲାବେଳେ ଏକ ଟ୍ରକରୁ ୫୪ଟି ବସ୍ତାରେ ଥିବା ୧୮ କୁଇଣ୍ଟାଲ ୧୭ କେଜି ଗଞ୍ଜେଇ ଜବତ କରିଛି। ଉକ୍ତ ଗଞ୍ଜେଇ ଅଡବା ଥାନା ଅନ୍ତର୍ଗତ ହାଚିପଙ୍କା ଗ୍ରାମରୁ ମହାରାଷ୍ଟ୍ର ଚାଲାଣ କରାଯାଉଥିବା ପୋଲିସ ସୂଚନା ଦେଇଛି।

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ ଦୁଇ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆକୁ ଗିରଫ କରିଛି। ଗିରଫ ଦ୍ବୟ ହେଲେ ମହାରାଷ୍ଟ୍ର ସୋଲପୁର ଅଞ୍ଚଳର ଶୁଭମ ସଞ୍ଜୟ ସୋନଵାଲେ ଏବଂ ଗୁଞ୍ଜନ ମହାଦେବ। ଜବତ ଗଞ୍ଜେଇ ର ମୂଲ୍ୟ ୯୦ ଲକ୍ଷରୁ  ଉର୍ଦ୍ଧ୍ବ ହେବବୋଲି ଜଣାପଡିଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୋହନା ଥାନା ଅଧିକାରୀ।

ସହିଭଳି ଅଡବା ପୋଲିସ ପେଟ୍ରୋଲିଂ କଲାବେଳେ ବାଚୀପଙ୍କା ରାସ୍ତାରେ ଚାଲାଣ ପାଇଁ ରଖାଯାଇଥିବା ୩୭ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି । ପୋଲିସକୁ ଦେଖି ଚାଲାଣକାରି ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ।  ଉକ୍ତ ଗଞ୍ଜେଇ ଗଜପତିରୁ ବିହାର ଚାଲାଣ ପାଇଁ ରଖାଯାଇଥିବା ପୋଲିସ ସୂଚନା ଦେଇଛି । ଜବତ ଗଞ୍ଜେଇ ର ମୂଲ୍ୟ ୧ କୋଟି ୮୫ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.