ସମୁୁଦ୍ର କୂଳକୁ ଭାସି ଆସିଲା ମୁଣ୍ଡ ବିହୀନ ଘୋଡ଼ା, ଦେଖାଗଲା ରହସ୍ୟମୟୀ ଦୃଶ୍ୟ

ସମୁଦ୍ର କୂଳରେ ଦୁଇଟି ଘୋଡ଼ାଙ୍କ ଶବ ଭାସି ଆସିଥିଲା । ଡକ୍‌ ଅଞ୍ଚଳ ନିକଟରେ ବାଲି ଉପରେ ମୁଣ୍ଡ ନଥିବା ଘୋଡ଼ା ଦେଖିବାକୁ ମିଳିଥିଲା। ଘୋଡ଼ା ଦୁଇଟି କିପରି ମରିଛନ୍ତି କିମ୍ବା ମୁଣ୍ଡ ବିହୀନ ଘୋଡ଼ା କିପରି ସେଠାକୁ ଆସିଲା ଏନେଇ କିଛି ସ୍ପଷ୍ଟ ହୋଇନି ।

ନିକଟରେ ବ୍ରିଟେନର ଏକ ସମୁଦ୍ର କୂଳରେ ଲୋକମାନଙ୍କୁ ଏକ ରହସ୍ୟମୟୀ ଏବଂ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି । ସମୁଦ୍ର କୂଳରେ ଦୁଇଟି ଘୋଡ଼ାଙ୍କ ଶବ ଭାସି ଆସିଥିଲା । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଦୁଇଟି ଘୋଡ଼ା ମଧ୍ୟରୁ ଗୋଟିଏ ଘୋଡ଼ାର ମୁଣ୍ଡ ନଥିଲା । ଏଭଳି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣାସ୍ଥଳକୁ ସଫା କରିବା ପାଇଁ ୪ ଦିନ ସମୟ ଲାଗିଥିବାରୁ ଅଧିକାରୀମାନଙ୍କ ମଧ୍ୟରେ ଆଲୋଚନା ହେଉଛି ।

ଗତ ଶନିବାର ସକାଳ ସମୟରେ ଜଣେ ବ୍ୟକ୍ତି େଓ୍ଵଲ୍ସର ଲ୍ୟାନିଲିର ଉତ୍ତର ଡକ୍‌ ଅଞ୍ଚଳ ନିକଟରେ ବାଲି ଉପରେ ମୁଣ୍ଡ ନଥିବା ଘୋଡ଼ା ଦେଖିବାକୁ ପାଇଥିଲେ । େଓ୍ଵଲ୍ସ ଅନଲାଇନ ରିପୋର୍ଟ ଅନୁସାରେ ପୋଲିସକୁ ସୂଚନା ଦିଆଯାଇଥିଲା ଏବଂ ସମୁଦ୍ର କୂଳର ଏକ ଛୋଟ ଅଂଶକୁ ଘେରା ଯାଇଥିଲା । କିନ୍ତୁ ସମୁଦ୍ରତଟରେ ଏହି ମୁଣ୍ଡବିହୀନ ଘୋଡ଼ା ଚାରି ଦିନ ପର୍ଯ୍ୟନ୍ତ ସେମିତି ପଡ଼ି ରହିଥିଲା । ସମୁଦ୍ରକୁ ଯାଉଥିବା ଲୋକ, କ୍ୟାଫେ, ରେଷ୍ଟୁରାଣ୍ଟକୁ ଆସୁଥିବା ଗ୍ରାହକଙ୍କ ସାମ୍ନାରେ ଘୋଡ଼ା ଦୁଇଟି ସେହିପରି ପଡ଼ି ରହିଥିଲେ । କାର୍ମାର୍ଥନଶାୟର କାଉନସିଲିଂ ଅନୁସାରେ ଦୁଇଟି ଘୋଡ଼ା ସେହି ଅଂଶରେ ହିଁ ମିଳିଥିଲେ ।

ଘୋଡ଼ା ଦୁଇଟି କିପରି ମରିଛନ୍ତି କିମ୍ବା ମୁଣ୍ଡ ବିହୀନ ଘୋଡ଼ା କିପରି ସେଠାକୁ ଆସିଲା ଏନେଇ କିଛି ସ୍ପଷ୍ଟ ହୋଇନି । କିନ୍ତୁ ବୁଧବାର ଦିନ ସକାଳ ସମୟରେ ଘୋଡ଼ା ଦୁଇଟିକୁ ସଫା କରାଯାଇଥିଲା । ଏହି ଘୋଡ଼ାଙ୍କର ମୃତ୍ୟୁ କିପରି ହୋଇଛି ଏବଂ ଘୋଡ଼ା ଦୁଇଟି ଭାସି ଆସି କିପରି କୂଳରେ ଲାଗିଲେ ସେନେଇ ତଦନ୍ତ ଜାରି ରହିଛି ।

କାଉନ୍ସିଲର ଗ୍ୟାରେଥ ଜନଙ୍କ କହିବା ଅନୁସାରେ, କାର୍ମାର୍ଥନସାୟର ସମୁଦ୍ର କୂଳରେ ଦୁଇଟି ମୃତ ଘୋଡ଼ାଙ୍କୁ ହଟାଇବା ପାଇଁ ପରିଷଦ ବ୍ୟବସ୍ଥା କରିଥିଲା । ସୂଚନା ଥାଉକି, ଏଭଳି ମାମଲା ପର୍ବରୁ ମଧ୍ୟ ଦେଖାଯାଇଛି । ଗତ ମାସ ଏହି ଅଞ୍ଚଳରେ ଗୋଟିଏ ମେଣ୍ଢା ମାଲିକ ତାର ୪ଟି ମେଣ୍ଡାକୁ ମୁଣ୍ଡ ନଥିବା ଅବସ୍ଥାରେ ପାଇଥିଲା । ଏହା ବ୍ୟତୀତ ଏହା ପୂର୍ବରୁ ମଧ୍ୟ ଏହି ସମୁଦ୍ର କୂଳରେ ୩୦ ଫୁଟର ଏକ ହେ୍ଵଲ ଭାସି ଆସିଥିବା ଦେଖିବାକୁ ମିଳିଥିଲା । ଅଧିକାରୀ ମାନେ ଏହି ମୃତ ଜୀବ ଠାରୁ ଦୂରେଇ ରହିବା ପାଇଁ ଚେତାବନୀ ଦେଇଥିଲେ । ପରେ ଏହି ବିଶାଳ ଜୀବକୁ ହଟା ଯାଇଥିଲା । ତେବେ ଭାସି ଆସିଥିବା ଏହି ମୃତ ଘୋଡ଼ା ଦୁଇଟି ଦେଖିବାକୁ ଖୁବ ସୁନ୍ଦର ଥିଲେ । କିନ୍ତୁ ଏହି ଘୋଡ଼ାଙ୍କୁ କାହିଁକି ଏପରି ମାରି ଦିଆଯାଇଛି ତାହା ସ୍ପଷ୍ଟ ହୋଇପାରିନି । ଘଟଣାର ଅଧିକ ତଦନ୍ତ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.