Below header

କିଏ କିଣିବ ଦେବାଳିଆ ଏୟାର ଇଣ୍ଡିଆର ଶହେ ପ୍ରତିଶତ ଅଂଶଧନ?, ୭୬ ପ୍ରତିଶତ ଅଂଶଧନ ନିଲାମ ହେଲାନି ଏବେ ଶତ ପ୍ରତିଶତ କେମିତି?

କେନ୍ୟୁଜ୍(ବ୍ୟୁରୋ):  ୭୬ ପ୍ରତିଶତ ଅଂଶଧନ ନିଲାମ ହେଲାନି ? ଏବେ ଶତ ପ୍ରତିଶତ ଅଂଶଧନ ନିଲାମ କେମିତି ହେବ ? କିଏ କିଣିବ ଦେବାଳିଆ ଏୟାର ଇଣ୍ଡିଆର ଶହେ ପ୍ରତିଶତ ଅଂଶଧନ ? ତାକୁ ନେଇ ସନ୍ଦେହ ଉପୁଜିଛି । କେନ୍ଦ୍ର ସରକାର ଏୟାର ଇଣ୍ଡିଆର ୨୩ହଜାର ୨୮୬ କୋଟି ଋଣ ବାବଦରେ ଶତ ପ୍ରତିଶତ ଅଂଶଧନ ନିଲାମ ଡାକିଛନ୍ତି । ଏଥିପାଇଁ ଶେଷ ତାରିଖ ରହିଛି ମାର୍ଚ୍ଚ ୧୭। ପୂର୍ବରୁ ୨୦୧୮ର ଏୟାର ଇଣ୍ଡିଆ କଂପାନୀର ୭୬ ପ୍ରତିଶତ ଅଂଶଧନ ବିକ୍ରୀ ପାଇଁ ସରକାର ନିଲାମ ଡାକିଥିଲେ । ହେଲେ ଜଣେ ବି କେହି ନିଲାମଧାରୀ ଆସିଲେନି । ଏବେ ଏୟାର ଇଣ୍ଡିଆର ଋଣକୁ ୬୨ହଜାର କୋଟି ଟଙ୍କାରୁ ୨୩ହଜାର ୨୮୬ କୋଟି ଟଙ୍କାକୁ କମାଇବା ସହ କଂପାନୀର ଶହେ ପ୍ରତିଶତ ଅଂଶଧନ ବିକ୍ରୀ ପାଇଁ ନିଲାମ ଡକାଯାଇଛି । ବର୍ତ୍ତମାନ ବିଶେଷକରି ବିମାନ କିଣା ବାବଦରେ କଂପାନୀ ଉପରେ ଋଣ ରହିଛି । ଅଂଶଧନ କିଣିବା ପରେ ନିଲାମଧାରୀ ଏୟାର ଇଣ୍ଡିଆ ବ୍ରାଣ୍ଡ ବ୍ୟବହାର କରିବେ । ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସର୍ତ୍ତ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.