Below header

୭୨ ଘଣ୍ଟାରୁ କମ୍‌ ସମୟ, ଆସି ଯିବ ଫଳାଫଳ . . ଓଡ଼ିଶାରେ କିଏ ଗଢ଼ିବ ସରକାର ?

୭୨ ଘଣ୍ଟାରୁ କମ୍‌ ସମୟ । ଆସି ଯିବ ଫଳାଫଳ। ଓଡ଼ିଶାରେ କିଏ ଗଢ଼ିବ ସରକାର । ନବୀନ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବେ? ନା ପରିବର୍ତ୍ତନ ହେବ ସରକାର ? ବିଭିନ୍ନ ଏକ୍‌ଜିଟ୍‌ ପୋଲ କହୁଛି, ନବୀନ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି । ପ୍ରଗତିବାଦୀ ଏକ୍‌ଜିଟ୍‌ ପୋଲରେ ଜଣାପଡିଛି, ବିଜେଡି ୧୦୫- ବିଜେପି ୨୬ ଓ କଂଗ୍ରେସ ୧୫ଟି ଆସନ ପାଇବ। ଆଉ କିଛି ସଂସ୍ଥା ସର୍ଭେ କରିଛନ୍ତି ବିଜେଡି ୯୦ରୁ ୧୦୫, ବିଜେପି ୩୦ରୁ ୩୫ ଓ କଂଗ୍ରେସ ୧୨ରୁ ୧୫ ଆସନ ପାଇପାବେ । କଂଗ୍ରେସ ହରାଇ ପାରେ ପ୍ରମୁଖ ବିରୋଧୀ ଦଳର ମାନ୍ୟତା। ପିସିସି ସଭାପତି କହିଛନ୍ତି, ଏଥର ଆଣ୍ଟି ବିଜେଡି ଭୋଟ୍‌ ବିଜେପିକୁ ଯାଇଛି।

ଚର୍ଚ୍ଚା ଆଲୋଚନା ଓ ଏକ୍‌ଜିଟ୍‌ ପୋଲ ସମୀକ୍ଷା ଭିତରେ ବେଫିକର ବିଜେଡି । ଦଳର ଦୃଢୋକ୍ତି, ଦୁଇ ତୃତୀୟାଂଶ ବହୁମତ ମିଳିବ। ଦଳ କ୍ଷମତାକୁ ଫେରିବ। କେବଳ ରାଜ୍ୟରେ ସରକାର ଗଠନ ନୁହଁ, ସାଂସଦ ପ୍ରାର୍ଥୀଙ୍କ କ୍ଷେତ୍ରରେ ମଧ୍ୟ ଅଧିକ ସଫଳତା ମିଳିବ ବୋଲି ଦଳ କହୁଛି।

ଆସନ୍ତା ୨୩ ତାରିଖକୁ ଅପେକ୍ଷା। ଚର୍ଚ୍ଚା-ଆଲୋଚନାରେ ଯବନିକା ପକାଇବ ଭୋଟରଙ୍କ ନିଷ୍ପତ୍ତି । ସ୍ପଷ୍ଟ ହେବ ଓଡ଼ିଶାରେ କିଏ ଗଢିବ ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.