ବିବେକ ହରାଇଲେ ବିବେକ ! ଏକଜିଟ୍‌ ଓ ଏକଜାଟ୍‌ ପୋଲ୍‌ ସହ ଐଶ୍ୱର୍ଯ୍ୟାଙ୍କ ଅତୀତକୁ ନେଇ କଲେ ବିବାଦୀୟ ଟ୍ଵିଟ୍‌

ବିବାଦରେ ବଲିଉଡ୍‌ ଅଭିନେତା ବିବେକ ଓବରାଏ। ସୋସିଆଲ୍‌ ମିଡିଆରେ ତାଙ୍କର ଏକ ଟ୍ଵିଟ୍‌ ଏବେ ବିବାଦର ଝଡ଼ ସୃଷ୍ଟି କରିଛି। ନିର୍ବାଚନର ଓପିନିଅନ୍‌ ପୋଲ୍‌, ଏକଜିଟ୍‌ ପୋଲ୍‌ ଓ ରେଜଲ୍ଟକୁ ନେଇ ୩ଟି ବିବାଦୀୟ ଫଟୋ ଟ୍ଵିଟ୍‌ କରିଛନ୍ତି। ଐଶ୍ୱର୍ଯ୍ୟା-ସଲମାନଙ୍କ ଗୋଟିଏ ଫଟୋ ପୋଷ୍ଟ କରିଛନ୍ତି। ଯାହାର କ୍ୟାପସନ୍‌ ଲେଖିଛନ୍ତି ଓପିନିଅନ୍‌ ପୋଲ। ଐଶ୍ୱର୍ଯ୍ୟାଙ୍କ ସହ ନିଜର ଏକ ଫଟୋର କ୍ୟାପସନରେ ରଖିଛନ୍ତି ଏକଜିଟ୍‌ ପୋଲ୍‌। ତୃତୀୟରେ ରେଜଲ୍ଟ କ୍ୟାପସନ୍‌ ସହ ଐଶ୍ୱର୍ଯ୍ୟା-ଅଭିଷେକ ଓ ଝିଅ ଆରାଧ୍ୟାଙ୍କ ଫଟୋକୁ ଟ୍ଵିଟ୍‌ କରିଛନ୍ତି । ବିବେକ ଓବରାଏଙ୍କ ଏହି ଫଟୋ ଓ ଟ୍ଵିଟ୍‌କୁ ନେଇ ଚାରିଆଡୁ ସମାଲୋଚନାର ଶିକାର ହୋଇଛନ୍ତି । ପୂରା ବଲିଉଡ୍‌ ବି ନାପସନ୍ଦ କରିଛି। ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ମହାରାଷ୍ଟ୍ର ମହିଳା କମିଶନ । ବିବେକ ଓବରାଏଙ୍କୁ ନୋଟିସ୍‌ ଜାରି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.