Below header

ଫେଲ୍‌ ମାରିବ କି ଓଡ଼ିଶା ପାଇଁ ବିଜେପିର ମିଶନ ୧୨୦ ପ୍ଲସ ? ପୁଣି ମୁଖ୍ୟମନ୍ତ୍ରୀ ହେବେ ନବୀନ

ଫେଲ୍‌ ମାରିବ କି ଓଡ଼ିଶା ପାଇଁ ବିଜେପିର ମିଶନ ୧୨୦ ପ୍ଲସ ? ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ମିଶନ ୧୨୦ ପ୍ଲସର ନାରା ଦେଇଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ହେଲେ ଗତକାଲି ଆସିଥିବା ସମସ୍ତ ଏକଜିଟ୍‌ ପୋଲରେ ବିଜେପିର ମିଶନକୁ ଧକ୍କା ଲାଗିଲା ଭଳି ଆସିଛି ତଥ୍ୟ। କିନ୍ତୁ ରାଜ୍ୟ ବିଜେପି ନେତା ମିଶନ ୧୨୦ ପ୍ଲସକୁ ନେଇ ନିରବ ଥିବା ବେଳେ ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ।

ଅନ୍ୟପଟେ ପ୍ରାୟ ସବୁ ଏକଜିଟ ପୋଲ ସର୍ଭେ କହୁଛି, ରାଜ୍ୟବାସୀ ପୁଣିଥରେ ବିଜେଡି ସରକାର ଉପରେ ଭରସା ପ୍ରକଟ କରୁଛନ୍ତି । ଅର୍ଥାତ ପୁଣିଥରେ ବିଜେଡି ସରକାର ଶାସନକୁ ଫେରିବ । ଏକଜିଟ ପୋଲର ଆକଳନ ସତ ହେଲେ ଇତିହାସ ରଚିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଲଗାତର ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ। ଅନ୍ୟପଟେ ରାଜ୍ୟରେ ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ଏକଜିଟ୍‌ ପୋଲ ଯେଉଁ ଅନୁମାନ ଲଗାଇଛି, ତାହା ରାଜ୍ୟ ବିଜେପିକୁ ଉତ୍ସାହିତ କଲା ଭଳି। କିଛି ସଂସ୍ଥାର ଏକଜିଟ ପୋଲରେ, ରାଜ୍ୟରେ ବିଜେପିକୁ ଗତଥର ଠାରୁ ଅଧିକ ଆସନ ମିଳିବ ବୋଲି ଅନୁମାନ ଲଗାଇଛନ୍ତି। କିନ୍ତୁ ବିଜେଡି କହିବା କଥା, ଗତ ୨୦୧୪ ନିର୍ବାଚନ ଭଳି ଏଥର ବି ଲୋକସଭା ନିର୍ବାଚନରେ କମାଲ କରିବ ଦଳ।

ଏକଜିଟ ପୋଲକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଅପେକ୍ଷା ଆସନ୍ତା ୨୩ରେ ଫଳାଫଳ ଘୋଷଣାକୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.