Below header

ଅବସର ନେଇଥିବା ଡୋଏନ୍‌ ବ୍ରାଭୋ ଇଣ୍ଡିଜ୍‌ ବିଶ୍ୱକପ୍‌ ଦଳରେ

ନୂଆଦିଲ୍ଲୀ : ସେ କ୍ରିକେଟ୍‌ରୁ ଅବସର ନେଇ ଯାଇଥିଲେ । ହେଲେ ଦଳ ତାଙ୍କୁ ଚାହିଁଲା ଓ ଅଗାମୀ ବିଶ୍ୱ କପ୍‌ ପାଇଁ ତାଙ୍କୁ ଦଳରେ ସାମିଲ କରାଗଲା । ସେ ହେଉଛନ୍ତି େଓ୍ଵଷ୍ଟଇଣ୍ଡିଜ୍‌ର ଅଲରାଉଣ୍ଡର ଡୋଏନ୍‌ ବ୍ରାଭୋ । ଗତ ବର୍ଷ ଅକଟୋବର ମାସରେ ବ୍ରୋଭୋ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ । ସେ ୨୦୧୪ରୁ ଦିନିକିଆ କ୍ରିକେଟ୍‌ ଖେଳି ନାହାନ୍ତି । ସେହିପରି ଆଉ ଜଲେ ଖେଳାଳି କିରଣ ପୋଲାର୍ଡଙ୍କୁ ମଧ୍ୟ ଦଳରେ ନିଆଯାଇଛି । ଯିଏକି ୨୦୧୬ ଅକଟୋବରରୁ ଦିନିକିଆ ମ୍ୟାଚ୍‌ ଖେଳି ନାହାନ୍ତି ।
ଆସନ୍ତା ୩୦ ତାରିଖରୁ ଇଂଲଣ୍ଡରେ ବିଶ୍ୱ କପ୍‌ ଆରମ୍ଭ ହେବ । ୩୧ ତାରିଖରେ େଓ୍ଵଷ୍ଟଇଣ୍ଡିଜ୍‌ର ପ୍ରଥମ ମ୍ୟାଚ୍‌ ଟ୍ରେଣ୍ଟବ୍ରିଜ୍‌ରେ ଖେଳାଯିବ । ଇଣ୍ଡିଜ୍‌ର ପ୍ରଥମ ମୁକାବିଲା ହେବ ପାକିସ୍ତାନ ସହିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.