Below header

ଥାନାକୁ କାହିଁକି ଆସୁନାହାନ୍ତି ସୌମ୍ୟଜିତ ? ସସପେନ୍ସ ବଢୁଛି

କେନ୍ୟୁଜ୍(ବ୍ୟୁରୋ): ସଫ୍ଟେଓ୍ଵୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁ ଉପରୁ କେବେ ହଟିବ ପରଦା । କାହିଁକି ଆତ୍ମହତ୍ୟାର ବାଟ ବାଛି ନେଲେ ଶ୍ୱେତା ? ତଦନ୍ତ ଭିତରେ ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କୁ ନେଇ ସସପେନ୍ସ ବଢୁଛି। ପୋଲିସକୁ ତାଙ୍କ ପରିବାର ତଦନ୍ତରେ ସହଯୋଗ କରୁଥିବା ପୋଲିସ କହିଛି । କିନ୍ତୁ ଥାନାକୁ ଆସୁ ନାହାନ୍ତି ସୌମ୍ୟଜିତ । ତଦନ୍ତ ଭିତରେ ଶ୍ୱେତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ଶ୍ୱାସରୁଦ୍ଧରୁ ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।

୫ ଦିନ ପରେ ବି ଶ୍ୱେତା, ସୁଇସାଇଡ୍‌ ଓ ସସପେନ୍ସ ଉପରୁ ହଟିନି ପରଦା । ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ ଆଜି ବି ଥାନାରେ ହାଜର ହୋଇ ନାହାନ୍ତି । ପୋଲିସ କହୁଛି, ତାଙ୍କ ପରିବାର ତଦନ୍ତରେ ସହଯୋଗ କରୁଛନ୍ତି । ତାହେଲେ କାହିଁକି ଥାନାକୁ ଆସୁନାହାନ୍ତି ସୌମ୍ୟଜିତ ? ଅନ୍ୟପଟେ ଶ୍ୱେତାଙ୍କ ଫର୍ମାଟ ହୋଇଥିବା ମୋବାଇଲ୍‌ ଫୋନ ଡାଟାକୁ ରିଟ୍ରାଇଭ୍‌ କରାଯାଇଛି । କଲ୍‌ ରେକର୍ଡସ, ଫଟୋ, ଭିଡିଓ ଓ କିଛି ଅନଲାଇନ୍‌ ବ୍ୟାଙ୍କ ଟ୍ରାଞ୍ଜାକ୍ସନକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ଯଦି ଶ୍ୱେତାଙ୍କ ପରିବାର ପାଖରେ କିଛି ଗୋପନ ତଥ୍ୟ ଅଛି ପୋଲିସକୁ ଦିଅନ୍ତୁ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । ତଦନ୍ତ ଭିତରେ ପୋଲିସର ହସ୍ତଗତ ହୋଇଛି ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସରୁଦ୍ଧରୁ ତାଙ୍କର ମୃତ୍ୟୁ ହୋଇଛି । ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତଚିହ୍ନ ନାହିଁ ।

ଶ୍ୱେତା ଓ ସୌମ୍ୟଜିତଙ୍କର ୪ ବର୍ଷର ପ୍ରେମ । ଲିଭ୍‌ ଇନ୍‌ରେ ରହୁଥିଲେ । ବାହାଘର ପାଇଁ କଥା ବି ଚାଲିଥିଲା । ହଠାତ୍‌ ଲଭ୍‌ ଲାଇଫରେ ଆସିଲା ଝଡ଼ । ଶ୍ୱେତାଙ୍କ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଗଲା । ମୃତ୍ୟୁ ପରେ ଭାଇରାଲ୍‌ ହୋଇଥିବା ଅଡିଓ ଶ୍ୱେତାଙ୍କର ହୋଇଥିଲେ ଏଥିରୁ ଜଣାପଡୁଛି ଭାଙ୍ଗି ଯାଇଥିବା ସମ୍ପର୍କକୁ ନେଇ ସେ କେତେ ମର୍ମାହତ ଥିଲେ । ଇନଫୋସିଟି ଅଞ୍ଚଳର ମଡେଲ ସୌମ୍ୟ ପାଣିଗ୍ରାହୀ ହେଉ କି ଟେଲି ଅଭିନେତ୍ରୀ ରଶ୍ମିରେଖା ମହାପାତ୍ରଙ୍କ ଆତ୍ମହତ୍ୟା । ଏସବୁ ଘଟଣାର ରହସ୍ୟ ଆଜି ବି ରହସ୍ୟ ଭିତରେ ରହି ଯାଇଛି । ଏଭଳି ସ୍ଥିତିରେ ଶ୍ୱେତାଙ୍କ ପରିବାରକୁ ନ୍ୟାୟ ମିଳିବ କି ନାହିଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.