ଆସନ୍ତାକାଲି ଠୁ ହେବ ପାଗରେ ପରିବର୍ତ୍ତନ: ୨୪ ଘଣ୍ଟାରେ ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

କେନ୍ୟୁଜ୍(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଏବଂ ତାର ପାଶ୍ୱବର୍ତି ଅଞ୍ଚଳରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ । ଆସନ୍ତାକାଲି ଠୁ ହେବ ପାଗରେ ପରିବର୍ତ୍ତନ।ଆଜି ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପଂଶୀମ ଓଡ଼ିଶାରେ ବର୍ଷା । ଆଗାମୀ ୨୪ ଘଣ୍ଟା ପାଇଁ ରାଜ୍ୟରେ ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ରୁ ଅତିପ୍ରବଳ ବର୍ଷାର ସମ୍ଭାବନା (୭ ରୁ ୨୦ ସେମି ) ପାଇଁ ଜାରିହେଲା ଅରେଞ୍ଜ ୱାର୍ଣ୍ଣିଙ୍ଗ।ଏହି ଜିଲ୍ଲା ଗୁଡ଼ିକରେ ତଳୁଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା, ଚାଷଜମି ପ୍ରଭାବିତ ହେବ ମାଟି ରାସ୍ତା, ଚାଳଘର, ମାଟିକାନ୍ଥ ପଡିବା ସମ୍ଭାବନା।ଏଥିସହ ୧୧ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଙ୍ଗ।ସେହି ସବୁ ଜିଲ୍ଲା ଗୁଡ଼ିକ ହେଲା ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ଵର, ଭଦ୍ରକ, ଢେଙ୍କାନାଳ, କଟକ, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, କେଉଁଝର।

ସେହିପରି ଆସନ୍ତାକାଲି କେଉଁଝର, ସୁନ୍ଦରଗଡ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ବର୍ଷା ୮୧.୨ମିମ୍ ମୟୂରଭଞ୍ଜ ର ବାଙ୍ଗିରିପୋଷିରେ ହୋଇଛି।୧ ଜୁନ ୧୦୨୨ ରୁ ୨୪ଅଗଷ୍ଟ ୨୦୨୨ ମଧ୍ୟରେ ରାଜ୍ୟରେ ୯୫୨.୬ମିମି ବର୍ଷା ରେକର୍ଡ କରାଯାଇଛି ଯାହାକି ଏହି ସମୟର ସ୍ୱାଭାବିକ ବର୍ଷା ୮୩୮.୮ ମିମି ତୁଳନାରେ ୧୪% ଅଧିକ ରହିଛି।ଏହି ସମୟ ମଧ୍ୟରେ ୨୨ଟି ଜିଲ୍ଲା ରେ ସ୍ଵାଭାବିକ ବର୍ଷା ଏବଂ ୭ଟି ଜିଲ୍ଲାରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ଏବଂ ଗୋଟିଏ ଜିଲ୍ଲାରେ ସ୍ଵାଭାବିକ ଠାରୁ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.