ସପ୍ତାହରେ ମୋଟ ୪୦ ଘଣ୍ଟା କାମ କରିବେ କର୍ମଚାରୀ! ଏହି ଦେଶର ସରକାର କଲେ ନୂଆ ଯୋଜନା

ସରକାରୀ ହୁଅନ୍ତୁ କି ବେସରକାରୀ କର୍ମଚାରୀ, ସମସ୍ତେ ଛୁଟି ଦିନକୁ ଅପେକ୍ଷା କରି ଥାଆନ୍ତି। କେଉଁଠି ସପ୍ତାହରେ ଗୋଟିଏ ଦିନ ଛୁଟି ରହିଥାଏ ତ ଆଉ କେଉଁଠି କର୍ମଚାରୀମାନଙ୍କୁ ଦୁଇ ଦିନ ଛୁଟି ମିଳିଥାଏ। ଏହାରି ଭିତରେ ଚିଲି ରାଷ୍ଟ୍ରପତି ଏକ ନୂଆ ଯୋଜନା କରିଛନ୍ତି, ଯାହା ମୁତାବକ, କର୍ମଚାରୀମାନଙ୍କୁ ସପ୍ତାହରେ କେବଳ ୪୦ ଘଣ୍ଟା ପାଇଁ ହିଁ କାମ କରିବାକୁ ପଡ଼ିବ। ବର୍ତ୍ତମାନ ଏହି ନିୟମ ୪୫ ଘଣ୍ଟା ପାଇଁ ଉପଲବ୍ଧ ରହିଛି।

ଚିଲି ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍‌ଙ୍କ ସରକାର ମଙ୍ଗଳବାର କହିଛନ୍ତି ଯେ ସରକାର ଏକ ବିଲ୍ ପାସ୍ କରିବାର ଉଦ୍ୟମକୁ ପୁଣିଥରେ ଆରମ୍ଭ କରିଛନ୍ତି, ଯାହାକି ଦେଶରେ କାମର ଘଣ୍ଟାକୁ କମ୍‌ କରିବ। କାର୍ଯ୍ୟ ସମୟକୁ ୪୫ ପରିବର୍ତ୍ତେ ୪୦ ଘଣ୍ଟା କରିବା ହେଉଛି ଯୋଜନାର ମୂଳ ଉଦ୍ଦେଶ୍ୟ।

ଗାବ୍ରିଏଲ୍ ବୋରିକ୍ ସରକାରଙ୍କ ପ୍ରବକ୍ତା କାମିଲା ଭାଲେଜୋ ଏହି ପ୍ରସ୍ତାବକୁ ଆଣିଛନ୍ତି। ରାଷ୍ଟ୍ରପତି ଏହାକୁ ସବୁଜ ସଙ୍କେତ ଦେଇଛନ୍ତି। ରିପୋର୍ଟ ମୁତାବକ, ସରକାରଙ୍କ ଦ୍ୱାରା ଅନ୍ୟାନ୍ୟ ପ୍ରସ୍ତାବ ମଧ୍ୟ ଉପସ୍ଥାପିତ ହୋଇଛି, ଯେଉଁଥିରେ ସାଧାରଣ ପରିବହନ ଡ୍ରାଇଭର ଏବଂ ଘରୋଇ ଶ୍ରମିକଙ୍କ ଭଳି ସ୍ୱତନ୍ତ୍ର ବର୍ଗର କର୍ମଜୀବୀଙ୍କ ପାଇଁ କାର୍ଯ୍ୟ ସମୟ ହ୍ରାସ କରିବାର ସଂଶୋଧନ ସାମିଲ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.