ପ୍ରତିଦିନ ବ୍ୟବହାର କରୁଥିବା ଏହି ୫ ଜିନିଷର ପୂରା ନାମ ଜାଣି ନାହାଁନ୍ତି ଆପଣ, ଜାଣନ୍ତୁ ଫୁଲଫର୍ମ

ଡେଲିଲାଇଫରେ ଲୋକଙ୍କ ପାଖରେ ଏତେ ସମୟ ନଥାଏ ଯେ ସାଧାରଣ ଜିନିଷ ବିଷୟରେ ଡିଟେଲରେ ଜାଣିବାକୁ। ଯେଉଁ ଜିନିଷ ଯେଉଁ ନାମରେ ପ୍ରସିଦ୍ଧ ହୋଇଯାଏ, ଲୋକମାନେ ସେହି ନାମରେ ଡାକିବାକୁ ଲାଗନ୍ତି। କିନ୍ତୁ କେବେ ଏହା ମନକୁ ଆସିନି ଯେ ଯେଉଁ ଜିନିଷ ଆମେ ବ୍ୟବହାର କରୁଛନ୍ତି, ତାର ନାମ କେମିତି ରଖାଗଲା ଆଉ ଏମିତି ନାମ ଦେବା ପଛରେ କଣ ରହିଛି କାରଣ। ଯେମିତିକି ଆମେ ମୋବାଇଲ ଫୋନ୍‌ ସହିତ ସିମ୍‌ କାର୍ଡ ତ ବ୍ୟବହାର କରୁଛନ୍ତି କିନ୍ତୁ ତାର ଫୁଲଫର୍ମ କିଏ ପଚାରିଦେବେ ତ ଆମେ ତାର ଉତ୍ତର କହିପାରିବାନାହିଁ। ଏମିତି ହିଁ ଯଦି ପାନ୍‌ କାର୍ଡ ବିଷୟରେ ପ୍ରଶ୍ନ ପଚରାଯିବ ଯେ ପାନର ଅର୍ଥ କଣ ତାହେଲେ ବୋଧହୁଏ ବହୁତ କମ୍‌ ଜଣ ଏହା ବିଷୟରେ ଜାଣିଥିବେ। ତେବେ ଚାଲନ୍ତୁ କିଛି ଏମିତି ପାଞ୍ଚଟି ଜିନିଷକୁ ନେଇ ଆମେ ଆଜି ଜାଣିବା ଯାହାର ଫୁଲଫର୍ମ ହୁଏତ ଆପଣଙ୍କୁ ଜଣାନଥିବ।

SIMର ଫୁଲଫର୍ମ

ମୋବାଇଲ ଫୋନ୍‌ ନେବା ପରେ ନମ୍ବର ପାଇଁ ସିମ୍‌ କାର୍ଡ କିଣିବାକୁ ହୋଇଥାଏ। ଯାହାପରେ ୟୁଜର ନିଜ କଣ୍ଟାକ୍ସଙ୍କୁ ସମ୍ପର୍କ କରିବା ସମ୍ଭବ ହୋଇପାରେ। କାହିଁକିନା ମୋବାଇଲର ହାର୍ଟ ହେଉଛି ସିମ୍‌ କାର୍ଡ। ତେବେ କଣ ଆପଣ ଏହାର ଫୁଲଫର୍ମ କଣ ଜାଣନ୍ତି। ଏହାର ଫୁଲଫର୍ମ ହେଉଛି ସବସ୍କ୍ରାଇବର ଆଇଡେନଟୀ ମୋଡ୍ୟୁଲ।

PDFର ଫୁଲଫର୍ମ

ଅନଲାଇନ୍‌ ଡକ୍ୟୁମେଣ୍ଟସ ପ୍ରାୟତଃ ପିଡିଏଫ ଫର୍ମାର୍ଟରେ ହିଁ ହୋଇଥାଏ। ଅଫିସିଆଲ କାମରେ ପିଡିଏଫ ଫାଇଲ ୟୁଜ୍‌ କରାଯାଏ। ତେବେ ଏହାର ଫୁଲଫର୍ମ ହେଉଛି ପୋର୍ଟେବଲ ଡକ୍ୟୁମେଣ୍ଟ ଫର୍ମାଟ ବା ପିଡିଏଫ।

PAN କାର୍ଡର ଫୁଲଫର୍ମ

ପାନ କାର୍ଡକୁ ଦେଶରେ ଏକ ପରିଚୟ ପତ୍ର ରୂପରେ ବ୍ୟବହାର କରାଯାଉଛି। କିନ୍ତୁ କଣ ଆପଣ ଜାଣିଛନ୍ତି ପାନର ଫୁଲଫର୍ମ କଣ? ପାନ ର ଫୁଲଫର୍ମ ହେଉଛି ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର।

IFSCର ଫୁଲଫର୍ମ

ବ୍ୟାକିଙ୍ଗ ସିଷ୍ଟମରେ ଆଇଏଫଏସସି କୋର୍ଡର ବ୍ୟବହାର କରାଯାଏ। ଯେତେବେଳେ ବି ଟଙ୍କା ଟ୍ରାନ୍ସଫର କରିବାକୁ ହୋଇଥାଏ ସେତେବେଳେ ଆଇଏଫଏସସି କୋଡର ଆବଶ୍ୟକ ପଡିଥାଏ। ଅଲଗା ଅଲଗା ବ୍ୟାଙ୍କ ଶାଖାରେ ଅଲଗା ଅଲଗା ଆଇଏଫଏସସି କୋଡ ରହିଥାଏ। ଏଥିପାଇଁ ଅନଲାଇନ୍‌ ମନି ଟ୍ରାନ୍ସଫର ପାଇଁ ଏହାକୁ ୟୁଜ୍‌ କରାଯାଏ। ଏହାର ଫୁଲଫର୍ମ ହେଉଛି (ଇଣ୍ଡିଆନ୍‌ ଫାଇନାନସିଆଲ ସିଷ୍ଟମ କୋଡ)।

ATMର ଫୁଲଫର୍ମ

ଟଙ୍କା ଉଠାଇବା ପାଇଁ ଆମେମାନେ ଏଟିଏମ ମେସିନକୁ ଯାଆନ୍ତି। କିନ୍ତୁ ଏଟିଏମର ଅର୍ଥ କଣ ଏହା ବହୁତ କମ୍‌ ଲୋକ ବୋଧହୁଏ ଜାଣନ୍ତି। ଏଟିଏମର ଫୁଲଫର୍ମ ଅଟୋମେଟେଡ ଟେଲର ମେସିନ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.