Below header

ନିଜ ସ୍ତ୍ରୀକୁ ଛାଡି ଅନ୍ଯ ଏକ ଯୁବତୀଙ୍କ ସହ ରାସଲୀଳା କରୁଥିଲେ ସ୍ୱାମୀ, ଏବେ କଥା ଯାଇ ସିଧା ଥାନାରେ

ସାଲେପୁର: ନିଜ ସ୍ତ୍ରୀକୁ ଛାଡି ଅନ୍ଯ ଏକ ଯୁବତୀଙ୍କୁ ନେଇ ରାସଲୀଳା କରୁଥିଲେ ସ୍ୱାମୀ। ହେଲେ ଲୋକଙ୍କ ହାତରେ ଧରାପଡିଲେ। ପୋଲିସ ଡାକି ସେମାନଙ୍କୁ ଥାନା ବାବୁଙ୍କୁ ହସ୍ତାନ୍ତର କଲେ। ଆଉ ଏପଟେ ଖବର ପାଇ ପ୍ରଥମ ସ୍ତ୍ରୀ ମଧ୍ୟ ଆସି ପହଞ୍ଚିଗଲେ ଥାନାରେ। ତାପରେ ଥାନାରେ ହିଁ ପେଟେଣ୍ଟ ମେଡ଼ିସିନ ଦେଲେ ପ୍ରଥମ ସ୍ତ୍ରୀ। ଖାଲି ସେତିକି ନୁହେଁ ଆଉ ଜଣେ ଯୁବତୀଙ୍କୁ ମଧ୍ୟ ପ୍ରେମ ଜାଲରେ ଫସେଇ ଜୀବନ ନଷ୍ଟ କରିଥିବା ଅଭିଯୋଗ ଆଣିଛନ୍ତି ପ୍ରଥମ ପତ୍ନୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନାରେ ।

ଯୁବକ ଜଣକ ହେଉଛନ୍ତି କେନ୍ଦ୍ରାପଡା ବାରୁଅ ଅଞ୍ଚଳର ଗଗନ ପ୍ରଧାନ। ଆଉ ତାଙ୍କ ପ୍ରଥମ ପତ୍ନୀ ହେଉଛନ୍ତି ସୁଭସ୍ମିତା ଗିରି। ସୁଭସ୍ମିତାଙ୍କୁ ଦେଢ଼ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ଗଗନଙ୍କୁ। ଆଉ ଏବେ ପୁଣି ଆଉ ଜଣେ ଯୁବତୀଙ୍କ ସହ ଧରା ପଡିଛନ୍ତି ଗଗନ। ଯୁବତୀ ଜଣକ ହେଉଛନ୍ତି ୧୮ବର୍ଷୀୟ ଜ୍ଯୋର୍ତିମୟୀ ରାଣୀ। ତାଙ୍କ ଘର ମଧ୍ୟ କେନ୍ଦ୍ରାପଡା ଗଗୁଆ ଅଞ୍ଚଳରେ। ତେବେ ଏଭଳି ଆଉ ଜଣେ ଯୁବତୀଙ୍କୁ ମଧ୍ୟ ଗଗନ ପ୍ରେମ ଜାଲରେ ଫସେଇ ତାର ଜୀବନ ନଷ୍ଟ କରିଥିବା ସୁଭସ୍ମିତା କହିଛନ୍ତି। ତେବେ ସ୍ୱାମୀଙ୍କ ଏଭଳି ପ୍ରେମିକ ସ୍ବଭାବ ଉପରେ ସନ୍ଦେହ କରି ଆଗରୁ ମଧ୍ୟ କେନ୍ଦ୍ରାପଡ଼ା ନିକିରେଇ ଥାନାରେ ସେ ମାମଲା କରିଛନ୍ତି।

ଅନ୍ଯପଟେ ସୁଭସ୍ମିତାଙ୍କୁ ସେ ନୋଟାରିରେ ବିବାହ କରିଛନ୍ତି । ତେବେ ଛାଡ଼ପତ୍ର ନଦେଇ ଏବେ ଦ୍ଵିତୀୟ ଝିଅକୁ ସେ ନିଜ ସ୍ତ୍ରୀ ବୋଲି କହୁଛନ୍ତି । ତେବେ ଗଗନ ପୂର୍ବରୁ ବିବାହ କରିଥିଲେ ବୋଲି ସେ ଜାଣିନଥିବା ଜ୍ଯୋର୍ତିମୟୀ କହିବା ସହ ସେ ଏନେଇ ଗଣମାଧ୍ଯମକୁ କିଛି ପ୍ରତିକ୍ରିୟା ଦେବେ ନାହିଁ ବୋଲି କହିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.