Below header

ବିନା ଫ୍ରିଜରେ ୧୫ ଦିନ ପର୍ଯ୍ୟନ୍ତ ତାଜା ରହିପାରିବ ଧନିଆପତ୍ର, ଫଲୋ କରନ୍ତୁ ଏହି ଟିପ୍ସ

ଧନିଆ ପତ୍ର ସବୁ ରେସିପିର ସ୍ୱାଦକୁ ବଢ଼ାଇ ଦେଇଥାଏ। ଖାସକରି ତରକାରୀର ସ୍ୱାଦକୁ ଧନିଆ ପତ୍ର ହିଁ ବଢ଼ାଇ ଦେଇଥାଏ। କିନ୍ତୁ ଧନିଆ ସହିତ ସବୁଠାରୁ ବଡ ସମସ୍ୟା ହେଉଛି ଏହା ଅଧିକ ଦିନ ପର‌୍ୟ୍ୟନ୍ତ ରହେନାହିଁ। ଦୁଇ ତିନି ଦିନ ପରେ ଏହା ଖରାପ ହୋଇଯାଏ। ସୁଖି ଯାଇଥିବା କାରଣରୁ ତରକାରୀରେ ଆଉ ପକାଇବାକୁ ଇଚ୍ଛା ହୁଏନି। ତେବେ ଏମିତିରେ ଇଚ୍ଛା ହୁଏ ଏମିତି କିଛି ଉପାୟ ଥାନ୍ତା ଯେଉଁ ଉପାୟ ଦ୍ୱାରା ଧନିଆ ପତ୍ରକୁ ଅଧିକ ଦିନ ପର୍ଯ୍ୟନ୍ତ ପ୍ରିଜର୍ଭ କରି ରଖିହେବ। ଆଜି ଆମେ ଆପଣଙ୍କୁ ଏହାର କିଛି ଟିପ୍ସ ଜଣାଇବୁ। ଯାହା ସାହାଯ୍ୟରେ ଆପଣ ଗୋଟେ ସପ୍ତାହରୁ ଅଧିକ ଦିନ ଯାଏଁ ଧନିଆ ପତ୍ରକୁ ଫ୍ରେସ୍ ରଖିପାରିବେ।

କେମିତି ଫ୍ରେସ ରଖିବେ ଜାଣନ୍ତୁ

  1. ଯେତେବେଳେ ବି ଆପଣ ବଜାରରୁ ତାଜା ଧନିଆ ପତ୍ର ଆଣୁଛନ୍ତି ସେତେବେଳେ ତାର ପତ୍ରକୁ ଭାଙ୍ଗି ଦିଅନ୍ତୁ ଏବଂ ମୂଳକୁ ଅଲଗା କରିଦିଅନ୍ତୁ।
  2. ଏବେ ଆପଣ ଏକ କଣ୍ଟେନର ନିଅନ୍ତୁ। ସେଥିରେ ଅଳ୍ପ ପାଣି ଏବଂ ଗୋଟେ ଚାମଚ ହଳଦି ପାଉଡର ପକାନ୍ତୁ।
  3. ଏଥିରେ ଧନିଆ ପତ୍ରକୁ ପ୍ରାୟ ୩୦ ମିନିଟ୍ ଯାଏଁ ଭିଜାଇ ରଖନ୍ତୁ।
  4. ଏହାପରେ ପତ୍ରକୁ ପାଣିରୁ ବାହାର କରିଧୋଇ ଦିଅନ୍ତୁ ଏବଂ ସୁଖାଇ ଦିଅନ୍ତୁ।
  5. ଭଲଭାବେ ଏହାକୁ ପୋଛି ସଫା କରିଦିଅନ୍ତୁ।
  6. ଏବେ ଆଉ ଏକ କଣ୍ଟେନର ନିଅନ୍ତୁ ଏବଂ ସେଥିରେ ଏକ କପଡା ରଖିଦିଅନ୍ତୁ।
  7. ଏହାପରେ ସେଥିରେ ଏହି ପତ୍ରକୁ ରଖିଦିଅନ୍ତୁ।
  8. ଏବେ ପତ୍ରକୁ ଘୋଡାଇ ରଖିଦିଅନ୍ତୁ।
  9. ଏହା ନିଶ୍ଚୟ ଧ୍ୟାନରେ ରଖନ୍ତୁ ଯେ ଧନିଆରେ ଟିକେ ବି ପାଣି ନଥିବ।
  10. ଏବେ ଏହି କଣ୍ଟେନରକୁ ଭଲଭାବେ ଏୟାର ଟାଇଟ କଣ୍ଟେନରରେ ବନ୍ଦ କରିଦିଅନ୍ତୁ।
  11. ଏହି ତରିକାରେ ରଖାଯାଇଥିବା ଧନିଆକୁ ଆପଣ ଗୋଟେରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଷ୍ଟୋର କରି ରଖିପାରିବେ।

ଧନିଆ ପତ୍ରର ଫାଇଦା

  • ଡାଇବେଟିଜକୁ କରିଥାଏ କଣ୍ଟ୍ରୋଲ
  • ପାଚନ ଶକ୍ତି ବଢ଼ାଏ
  • କିଡନୀ ରୋଗ ପାଇଁ ପ୍ରଭାବଶାଳୀ
  • କୋଲେଷ୍ଟ୍ରଲକୁ କମ୍ କରିଥାଏ
  • ଆଖିର ରଶ୍ମି ବଢ଼ାଇଥାଏ
  • ଏନିମିଆରୁ ଦିଏ ମୁକ୍ତି
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.