ଭଦ୍ରକ ରାଣୀତାଲରେ ଅଗ୍ନିକାଣ୍ଡ: ଜଳିଗଲା ୬ ବଖରା ଦୋକାନ ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ

ଭଦ୍ରକ: ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଦୋକାନ ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି। ଭଦ୍ରକ ଜିଲ୍ଲା ରାଣୀତାଲରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଦୋକାନ ଗୃହରେ ହଠାତ୍‌ ନିଆଁ ଲାଗି ଯାଇଥିଲା।

ଫଳରେ ଅନ୍ୟ ଦୋକାନକୁ ବ୍ୟାପିଥିଲା ନିଅାଁ। ଭଦ୍ରକ ଅଗ୍ନିଶମ ବାହିନୀ ପହଂଚି ନିଅାଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ଦୋକାନୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.