ଆଜି ଫ୍ଯାନଙ୍କୁ ଦେଖିବାକୁ ମିଳିବ ଜବରଦସ୍ତ ମ୍ଯାଚ, ଚେନ୍ନାଇ ସୁପରକିଙ୍ଗସ ସହିତ ଟକ୍କର ଦେବ ମୁମ୍ବାଇ ଇଣ୍ଡିଆନ୍ସ

ଚଳିତ ଆଇପିଏଲର ୨୭ତମ ଲିଗ୍ ମ୍ଯାଚରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ । ଚଳିତ ସିଜନରେ ପ୍ରଥମଥର ରୋହିତ ଶର୍ମା ଓ ମହେନ୍ଦ୍ର ସିଂହ ଧୋନି ସାମ୍ନାସାମ୍ନି ହେବେ। ଆଜି ମୁମ୍ବାଇ ଏବଂ ଚେନ୍ନାଇ ଫ୍ଯାନଙ୍କୁ ଆଉ ଏକ କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିବ ।

ଏହି ସିଜିନରେ ସୁପରକିଙ୍ଗ୍ସ ବିଜୟ ଦାବିଦାର ରହିଛି । ମୁମ୍ବାଇ ଦଳ ପାଇଁ ବ୍ୟାଟିଂ ବିଭାଗ ମୁଖ୍ଯ ସମସ୍ୟା ରହିଛି। ରୟାଲ୍ସ ବିପକ୍ଷରେ କ୍ୱିଣ୍ଟନ ଡି’କକ୍ (୭୦ରନ୍)ଙ୍କ ଫର୍ମକୁ ଫେରିବା ଦଳକୁ ଆଶ୍ୱସ୍ତ କରିଛି । ସୁପରକିଙ୍ଗ୍ସ ଇତିମଧ୍ୟରେ ଚୂଡ଼ାନ୍ତ ଏକାଦଶ ପକ୍କା କରି ସାରିଛି । ପ୍ରତ୍ୟେକ ଖେଳାଳି ଦଳ ବିଜୟରେ ଯୋଗଦାନ ଦେଉଛନ୍ତି । ଓପନିଂ ଯୋଡ଼ି ଋତୁରାଜ ଗାଏକୱାର୍ଡ଼ ଓ ଫାଫ୍ ଡୁ’ପ୍ଲେସି ଜବରଦସ୍ତ ଫର୍ମରେ ଥିବାବେଳେ ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜା ଟ୍ରମ୍ପ କାର୍ଡ଼ ସାବ୍ୟସ୍ତ ହୋଇଛନ୍ତି । ଦୀପକ ସୁପରକିଙ୍ଗ୍ସ ପେସ୍ ବିଭାଗ ନେତୃତ୍ୱ ନେଉଥିବାବେଳେ ରାହୁଲ ମୁମ୍ବାଇ ସ୍ପିନ୍ ବିଭାଗ ସମ୍ଭାଳୁଛନ୍ତି ।

ସୁପର କିଙ୍ଗ୍ସ: ଋତୁରାଜ ଗାଏକୱାଡ୍, ଫାଫ୍ ଡୁ’ପ୍ଲେସି, ମୋଇନ୍ ଅଲି, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି, ରବିନ୍ଦ୍ର ଜାଡ଼େଜା, ସାମ କୁରାନ, ସର୍ଦୁଲ ଠାକୁର, ଦୀପକ ଚହର, ଲୁଙ୍ଗି ଏନ୍ଗିଡ଼ି ।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), କ୍ୱିଣ୍ଟନ ଡି’କକ୍, ସୂର୍ଯ୍ୟକୁମାର ଯାଦବ, କୃନାଲ୍ ପାଣ୍ଡ୍ୟା, କିରେନ୍ ପୋଲାର୍ଡ଼, ହାର୍ଦ୍ଦିକ ପାଣ୍ଡ୍ୟା, ନାଥାନ କଲ୍ଟର-ନାଇଲ୍, ଜୟନ୍ତ ଯାଦବ, ରାହୁଲ ଚହର, ଯଶପ୍ରୀତ୍ ବୁମରା, ଟ୍ରେଣ୍ଟ ବୋଲ୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.