Below header

ସଟଡାଉନରେ ରାସ୍ତା ଖାଲି ଦେଖି ସାଇକେଲରେ ଷ୍ଟଣ୍ଟ କରୁଥିଲା ଯୁବକ କିନ୍ତୁ ପଛରେ ଥିଲେ ପୋଲିସ ବାବୁ, ତାପରେ କଣ ହେଲା ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ପିଲା ସାଇକେଲରେ ଷ୍ଟଣ୍ଟ କରୁଥିବାର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ତେବେ ଏହି ଭିଡିଓକୁ ଦେଖି ଆପଣ ଆପଣଙ୍କ ହସକୁ ରୋକି ପାରିବେନି। କାହିଁକିନା ପିଲାଟି ଯେଉଁଠି ଷ୍ଟଣ୍ଟ କରୁଥିଲା ସେଠାରେ ମାଳ ମାଳ ପୋଲିସକର୍ମୀ ତାକୁ ବସି ଦେଖୁଥିଲେ।
କିନ୍ତୁ ପୋଲିସ ବାବୁ ମାନେ ବସିଥିବା କଥା ଏ ପିଲାଟି ବୋଧହୁଏ ଜାଣିନଥିଲା। ସେ ସାଇକେଲରେ ଓଲଟା ବସି ଷ୍ଟଣ୍ଟ କରୁଥିଲା।

ଆଉ ଯେତେବେଳେ ତା ନଜର ପୋଲିସ ବାବୁ ମାନଙ୍କ ଉପରେ ପଡିଲା ସେତେବେଳେ ପିଲାଟିର ହୋସ୍ ଉଡିଗଲା। ସେ ବଡ ଆଶ୍ଚର୍ଯ୍ୟ ହୋଇ ପୋଲିସକୁ ଦେଖିବାକୁ ଲାଗିଲା। ତେବେ ଏହି ଭିଡିଓକୁ ଆଇପିଏସ ଅଫିସର ଦୀପାଂଶୁ କାବରା ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି।

ଭିଡିଓରେ ଆପଣ ଦେଖିପାରିବେ ଯେ ଶୂନଶାନ୍ ରାସ୍ତାରେ ପିଲାଟି ସାଇକେଲ ଚଲାଉଥିଲା। ସାଇକେଲରେ ସେ ଓଲଟା ବସି ଷ୍ଟଣ୍ଟ କରୁଥିଲା ଏବଂ ଷ୍ଟଣ୍ଟର ପୂରା ମଜା ନେଉଥିଲା। ଆଉ ଜାଣିନଥିଲା ଯେ ପୋଲିସବାବୁ ମାନେ ତାକୁ ଏପରି ସି ଦେଖୁଛନ୍ତି ବୋଲି। ଆଇପିଏସ ଅଫିସର ଏହି

ଭିଡିଓକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି ଓଃ ନୋ ଓଃ ନୋ ନୋ ନୋଟ୍ଟ। ଏହାସହିତ ଏକ ସ୍ମାଇଲ ଇମୋଜି ବି ଦେଇଛନ୍ତି।
ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ପାଣି ଭଳି ଭାଇରାଲ ହେଉଛି। ଭିଡିଓକୁ ଦେଖି ଲୋକମାନେ ତାଙ୍କ ହସବୁ ରୋକି ପାରୁନାହାଁନ୍ତି। ଆଉ କିଛି ଲୋକ ମଜାଦାର ରିଆକସନ୍ ବି ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.