Below header

ସ୍ୱାମୀକୁ ଅତି ନୃଶଂସ ଭାବରେ ହତ୍ୟା କଲା ସ୍ତ୍ରୀ, ଗୁପ୍ତାଙ୍ଗ କାଟି ମୃତଦେହ ନିକଟରେ ଫିଙ୍ଗି ଚାଲିଗଲା

ଯାଜପୁର(କେନ୍ୟୁଜ): ଯାଜପୁର ସୁକିନ୍ଦା ଥାନାରେ ଅଭାବନୀୟ ଘଟଣା । ସ୍ୱାମୀକୁ ଅତି ନୃଶଂସ ଭାବରେ ହତ୍ୟା କରିଛି ସ୍ତ୍ରୀ । ଏପରିକି ହତ୍ୟା ପରେ ସ୍ୱାମୀଙ୍କ ଗୁପ୍ତାଙ୍ଗ ମଧ୍ୟ କାଟି ମୃତଦେହ ନିକଟରେ ଫିଙ୍ଗିଦେଇଛି । ଅଭିଯୁକ୍ତା ସ୍ତ୍ରୀ ଫେରାର ରହିଥିବା ବେଳେ ପୋଲିସ ତଦନ୍ତ କରୁଛି । ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଦେଇ ଯାଇଥିବା ରେଙ୍ଗାଲି କେନାଲ ନିକଟରୁ କ୍ଷତାକ୍ତ ଅବସ୍ଥାରେ ମିଳିଥିଲା ବ୍ୟକ୍ତିଙ୍କ ମୃତଦେହ ।

କେନାଲ ପାଖ ଜଙ୍ଗଲରେ ମୃତଦେହଟି ପଡିରହିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ମୃତ ବ୍ୟକ୍ତି ସ୍ଥାନୀୟ ପୁବଳ ଗାଁର ରାଜୁ ଚାମ୍ପିଆ । ରାଜୁକୁ ତା ସ୍ତ୍ରୀ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.