Below header

ବାଲେଶ୍ଵର: ଭିନ୍ନକ୍ଷମ ସ୍ୱାମୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ତ୍ରୀ

ବାଲେଶ୍ଵର: ଭିନ୍ନକ୍ଷମ ସ୍ୱାମୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ତ୍ରୀ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ତେଣ୍ଡା ଗ୍ରାମରେ। ଗୁରୁବାରି ସିଂ ଗତକାଲି ରାତିରେ ସ୍ୱାମୀ ସହିତ କୌଣସି କାରଣରୁ ଝଗଡା ହୋଇଥିଲା। ଏଥିରେ ସ୍ତ୍ରୀ ଉତକ୍ଷିପ୍ତ ହୋଇ ଏକ ଠେଙ୍ଗାରେ ସ୍ୱାମୀ ବୁଟୁ ସିଂଙ୍କ ମୁଣ୍ଡକୁ ଆଘାତ ଦେଇଥିଲେ। ପରେ ବୁଟୁ ସିଂଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଁଚି ଅଭିଯୁକ୍ତା ସ୍ତ୍ରୀକୁ ଅଟକ ରଖି ପଚରା କରୁଥିବା ବେଳେ ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ କରାଯିବ ବୋଲି କହିଛନ୍ତି ନୀଳଗିରି ଆଇଆଇସି ପ୍ରଭଞ୍ଜନ ବେହେରା। ପରେ ଶବକୁ ପୋଷ୍ଟମୋଟମ କରାଯିବ ବୋଲି ସୂଚନା ମିଳିଛି।ସୂଚନାଯୋଗ୍ୟ ସ୍ୱାମୀ ମଦ୍ୟପ ହୋଇଥିବା ବେଳେ, ବାରମ୍ବାର ସ୍ତ୍ରୀକୁ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ହୁଏତ ମାରି ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.