ଘରେ କୁକୁର ପାଳିବା ଅତ୍ଯନ୍ତ ଶୁଭ, ନିସନ୍ତାନଙ୍କୁ ମିଳେ ସନ୍ତାନ

ଆଜିକାଲି ଲୋକ ସଉକରେ ହେଉ ଅବା ଭଲପାଇ ଘରେ କୁକୁର ପୋଷୁଛନ୍ତି। କିନ୍ତୁ ହୁଏତ ଅନେକ ଜାଣିନଥିବେ କି, ଘରେ କୁକୁର ପାଳିବା ବାସ୍ତୁ ଅନୁଯାୟୀ ମଧ୍ୟ ବେଶ ଫାଇଦାଯୁକ୍ତ ହୋଇଥାଏ। ଯଦି ଆପଣଙ୍କ ଘରେ କୁକୁର ନାହିଁ ଆଉ ଆପଣ ପାଳିବା ବିଷୟରେ ଭାବୁଛନ୍ତି, ତେବେ ଏହା ସହିତ ଜଡିତ କିଛି ବାସ୍ତୁ ଟିପ୍ସ ମଧ୍ୟ ମାନିବାକୁ ପଡିବ। ତେବେ ଆସନ୍ତୁ ଜାଣିବା କ’ଣ ପାଇଁ ଘରେ କୁକୁର ପାଳିବା ଶୁଭ।

କୁକୁରକୁ ଭୈରବ ଭଗବାନଙ୍କ ଦୂତ ବୋଲି କୁହାଯାଏ। କୁହାଯାଏ କି, କୁକୁରକୁ ଖାଇବାକୁ ଦେବା ଦ୍ବାରା ଯମଦେବ ମଧ୍ୟ ପାଖମାଡନ୍ତି ନାହିଁ। କୁକୁର ଭୂତ, ପ୍ରେତ ଏବଂ ଆତ୍ମାକୁ ଦେଖିବାର କ୍ଷମତା ମଧ୍ୟ ରଖିଥାନ୍ତି ଏବଂ ସେମାନଙ୍କ ପାଖକୁ ଖରାପ ଆତ୍ମା ଆସନ୍ତି ନାହିଁ।

ସକାଳୁ ଉଠି କୁକୁର ଦେଖିବା ଦ୍ବାରା ଘରେ ସକାରାତ୍ମକ ଉର୍ଜା ଆସିଥାଏ। ଏହା ସହିତ ଘରେ ଲକ୍ଷ୍ମୀ ପ୍ରବେଶ କରନ୍ତି।

dog
Image Credit: petbarn

କୁହାଯାଏ କି, ପ୍ରତିଦିନ କୁକୁରକୁ ଖାଇବାକୁ ଦେବା ଦ୍ବାରା ଭଗବାନ ଶନିଙ୍କ ଖାସ କୃପା ରହିଥାଏ। ଆଉ କୁକୁରକୁ ତେଲରେ ସେକା ହୋଇଥିବା ରୁଟି ଖାଇବାକୁ ଦେବା ଦ୍ବାରା ରାହୁ କେତୁ ନିବାରଣ ହୋଇଥାଏ।

ଯଦି କୌଣସି ଦମ୍ପତିଙ୍କର ପିଲାପିଲି ହେଉନାହିଁ, ତେବେ ଘରେ କୁକୁର ପାଳିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.