Below header

ଗାଈ ବାଛୁରୀ ବି ଗୁପ୍‌ଚୁପ୍‌ ଦିୱାନା, ବିଶ୍ୱାସ ହେଉନି ନା ତେବେ ଦେଖନ୍ତୁ ଏହି ଭିଡିଓ

ଗାଈ ଘାସ ଖାଇବା ବା ଚରିବା ଅତି ସାଧାରଣ । ଆଉ ଯେଉଁମାନେ ଗାଈ, ବାଛୁରୀ କିମ୍ବା ମଇଁଷିଙ୍କୁ ଘରେ ରଖି ପାଳନ୍ତି ସେମାନେ ପେଜ, କୁଣ୍ଡା ଆଦି ପୋଷଣ ପାଇଁ ଖାଇବାକୁ ଦେଇଥାନ୍ତି । କିନ୍ତୁ ଗାଈଟିଏ ଯେ ମଣିଷ ଭଳି ଗୁପ୍ଚୁପ ଖାଇଥିବ ସେ ପୁଣି ଭରପୁର ମଜା ନେଇ ନେଇ ଏମିତି ଦୃଶ୍ୟ କେବେ ଆପଣଙ୍କ ସାମ୍ନାକୁ ଆସିଛିକି । ବୋଧ ହୁଏ ନୁହେଁ | କଣ ସତ କହୁଛିନା । କିନ୍ତୁ ବିଶ୍ୱାସ କରନ୍ତୁ ଏବେ ଏମିତି ଏକ ଦୃଶ୍ୟର ଭିଡିଓ ଆମେ ଆପଣଙ୍କୁ ଦେଖେଇବୁ ଯାହାକୁ ଦେଖିଲେ ଆପଣ ନିଜ ଆଖିକୁ ବି ବିଶ୍ୱାସ କରିବେ ନାହିଁ । ଖାଲି ସେତିକି ନୁହେଁ ଆପଣଙ୍କ ହୃଦୟ ଜିଣିନେବ । ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓଟିକୁ ଦେଖିଲେ ଆପଣ ଜାଣିପାରିବେ ଜଣେ ଗୁପ୍ଚୁପ ବିକାଳୀ ଥର ଥର କରି ଗାଈ ଓ ବାଛୁରୀକୁ ଖୁବ ସ୍ନେହରେ ଗୁପ୍ଚୁପ ଖୁଆଇବାରେ ଲାଗିଛନ୍ତି ।

 

 

View this post on Instagram

 

A post shared by sree130920 (@sree130920)

 

ଆମେ ଯେମିତି ଦୋକାନରେ ସାଙ୍ଗମାନଙ୍କ ସହ ଛିଡ଼ା ହୋଇ ନିଜ ପାଳିକୁ ଖୁବ ଉତ୍ସାହର ସହ ଅପେକ୍ଷା କରିଥାଉ ସେମାନେ ବି ଠିକ ସେମିତି ଠିଆ ହୋଇ ନିଜ ପାଳିକୁ ଅପେକ୍ଷା କରିଛନ୍ତି । ଦେଖିବାକୁ ଭିଡିଓଟି ଖୁବ ମଜାଦାର ଲାଗୁଛି । କିଛି ଲୋକ ଗାଈ ଗୁପ୍ଚୁପ ଖାଉଥିବାର ଦେଖି ଆଶ୍ଚର୍ଯ୍ୟ ହେଉଥିବା ବେଳେ ଆଉ କିଛି ଲୋକଙ୍କ ହୃଦୟକୁ ବେଶ ଛୁଇଁଥିବା ନେଇ କହିଛନ୍ତି । ଆଉ ଏହା ବି ଶିକ୍ଷା ଦେଉଛିଯେ ପଶୁ ହେଲେ ବି ସେମାନଙ୍କୁ ଉଭୟ ସ୍ୱାଦ ଓ ଶୃଙ୍ଖଳା ବେଶ ଭଲ ଭାବରେ ଜଣା ।

ଭିଡିଓଟିକୁ ଇନ୍ଷ୍ଟଗ୍ରାମରେ ଜଣେ ୟୁଜର ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି “ଟୁ କ୍ୟୁଟ” । ଭିଡ଼ିଓଟି ଭିନ୍ନ ଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଖୁବ ଭାଇରାଲ ହେବାରେ ଲାଗିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.