ସୁଶାନ୍ତ ସିଂହ ରାଜପୁତଙ୍କ ନାଁରେ କେହି ବି ଆଦାୟ କରିପାରିବେନି ଡୋନେସନ, ପରିବାର କଲା ସ୍ପଷ୍ଟ

ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ନାଁରେ କୌଣସି ଡୋନେସନ ଆଦାୟ କରିବାକୁ ମନା କରିଛନ୍ତି ତାଙ୍କ ପରିବାର ଲୋକେ। ଏ ଅବସରରେ ସୁଶାନ୍ତଙ୍କ ଭଉଣୀ ମିତୁ ସିଂହ କହିଛନ୍ତି, ସୁଶାନ୍ତଙ୍କ ସହ ଜଡ଼ିତ କୌଣସି ଜିନିଷ ଯଥା: ବହି କିମ୍ବା ଫିଲ୍ମ କିମ୍ୱା ଅନ୍ୟ କିଛି ଜିନିଷକୁ ବଦଳାଇ ଟଙ୍କା ଆଣିବାକୁ ସେ କାହାରିକୁ ବି ଅନୁମତି ଦେଇନାହାନ୍ତି।

ମିତୁ ଟ୍ୱିଟ କରି ଲେଖିଛନ୍ତି, ଆମେ ଜାଣିବାକୁ ପାଇଲୁ ଯେ କିଛି ଲୋକ ନିଜର ଫାଇଦା ପାଇଁ ଏହି ସ୍ଥିତିର ଫାଇଦା ଉଠାଉଛନ୍ତି, ଯାହାକି ଅମାନବିକତା। ସେ ସବୁ ଲୋକ ଏଭଳି କରିବାରୁ ବିରତ ରୁହନ୍ତୁ। ଆମ ପରିବାର ତରଫରୁ କେହି ବି ସୁଶାନ୍ତଙ୍କ ନାଁରେ ଡୋନେସନ ଆଦାୟ କରିବାକୁ କାହାକୁ କହିନାହୁଁ।

ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ ପୂରିବାକୁ ଯାଉଛି। କିନ୍ତୁ ଏବେ ଯାଏଁ ସ୍ପଷ୍ଟ ହୋଇପାରିନି ତାହା ହତ୍ୟା ନା ଆତ୍ମହତ୍ୟା। ଏହି ମାମଲାରେ ପୋଲିସ ଅନେକ ଲୋକଙ୍କୁ ଜେରା କରିବା ସହ ଗିରଫ ବି କରିଛି। କିନ୍ତୁ ମାମଲା ଉପରୁ ଏବେ ଯାଏଁ ପରଦା ଉଠିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.