୧୦ରୁ ୧୪ ମଧ୍ୟରେ ରାଜ୍ଯରେ ପ୍ରବଳ ବର୍ଷା! ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ, ଡିପ୍‌ ଡିପ୍ରେସନରେ ପରିଣତ ହୋଇପାରେ ଲଘୁଚାପ

ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁବା ପରେ ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛି । ଦକ୍ଷିଣ ଆରବ ସାଗର, ସେଣ୍ଟ୍ରାଲ ଆରବ ସାଗର ଓ ଲାକ୍ଷାଦ୍ୱୀପର ବାକି ଅଂଶକୁ ଛୁଇଁଛି ମୌସୁମୀ । ଆସନ୍ତା ୧୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଏହାର ପ୍ରଭାବରେ ମୌସୁମୀ ଅଧିକ ସକ୍ରିୟ ହେବ । ଏଥିସହ ଓ଼ଡିଶାର ଅଧିକାଂଶ ଭାଗକୁ ଛୁଇଁବ ମୌସୁମୀ । ଆସନ୍ତା ୧୦ ରୁ ୧୪ ତାରିଖ ଯାଏ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଅନ୍ୟପଟେ ପାଣିପାଗ ବିଜ୍ଞାନୀ ଜାଶୋନ୍‌ ନିକୋଲସ୍‌ କହିଛନ୍ତି, ଆସନ୍ତା ସପ୍ତାହରେ ଲଘୁଚାପ ସୃଷ୍ଟି ହେବ । ଏହା ଡିପ୍‌ ଡିପ୍ରେସନରେ ପରିଣତ ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି । ଓଡ଼ିଶା, ପଶ୍ଚିମବଙ୍ଗ, ବାଂଲାଦେଶ ଉପରେ ପ୍ରଭାବ ରହିବ । ସେହିଭଳି ଭୂ ବିଜ୍ଞାନ କେନ୍ଦ୍ର ସଚିବ ମାଧବନ୍‌ ରାଜିଭନ୍‌ କହିଛନ୍ତି, ମୌସୁମୀରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ଆଶା କରାଯାଉଛି । ଏଥିପାଇଁ ପ୍ରସ୍ତୁତ ରହିବାକୁ ସେ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.