Below header

ସମ୍ବେଦନଶୀଳ ଅଙ୍ଗରେ ସ୍ତ୍ରୀ କରିଥିଲେ ପ୍ରେମିକ ନାଁରେ ଟାଟୁ, ସ୍ୱାମୀଙ୍କୁ ଦେଉଥିଲେ ବାରମ୍ବାର ଧମକ

କଟକ (କେନ୍ୟୁଜ) : ସାତ ଜନ୍ମର ସାଥି ହେବା ନେଇ ପରସ୍ପରକୁ ଦେଇଥିଲେ ପ୍ରତିଶୃତି। ବେଦି ଉପରେ ସିନ୍ଦୁର ପିନ୍ଧି ଯେଉଁ ସ୍ବାମୀକୁ ଦେବତା କରିଥିଲେ, ଶେଷରେ ସେହି ଦେବତାକୁ ପରକୀୟା ପ୍ରୀତି ପାଇଁ କରିଥିଲେ ଦୁର୍ବ୍ୟବହାର । ଆଉ ପ୍ରେମିକ ସହ ମିଶି ସ୍ବାମୀଙ୍କୁ ଦେଉଥିଲେ ନିର୍ଯ୍ୟାତନା । ମର୍କତ ନଗର ଥାନା ଅଞ୍ଚଳ ସିଡିଏ ୭ ନମ୍ବର ଘଟିଛି ଏହି ଅଭାବନୀୟ ଘଟଣା । ସ୍ବାମୀ ଜଣଙ୍କ ହେଉଛନ୍ତି ମୋହିତ ଶର୍ମା । ଫେସବୁକରେ ଚାଟିଙ୍ଗରୁ ଆରମ୍ଭ ହେଲା ସମ୍ପର୍କ । ଆଉ ତା’ପରେ ବିବାହ । ଏଭଳି ମୋନାଲିସା ଦାସଙ୍କୁ ଜୀବନସାଥି କରିଥିଲେ ମୋହିତ । ହେଲେ ବିବାହ ପରେ ମୋହିତଙ୍କ ଦାମ୍ପତ୍ୟ ଜୀବନରେ ଏଣ୍ଟ୍ରି ମାରିଥିଲେ ମୋନାଲିସାଙ୍କ ପ୍ରେମିକ । ଆଉ ଏହାପରେ ଦୁର୍ବିସହ ହୋଇପଡିଥିଲା ମୋହିତଙ୍କ ହସ ଖୁସିର ଜୀବନ ।

1

ଗତ ବର୍ଷ ନଭେମ୍ବର ମାସରେ ବାହାହେବା ପରେ ସ୍ତ୍ରୀ ସୋନାଲୀ ଦାସଙ୍କ ଅତ୍ଯାଚାର ଆରମ୍ଭ ହୋଇଥିବା ଅଭିଯୋଗ କରିଛନ୍ତି ମୋହିତ । ଶାଶୁ ଓ ଶ୍ବଶୁରଙ୍କ ଉପରେ ମଧ୍ୟ ଅତ୍ୟାଚାର ଓ ଧମକ ଚମକ ଆରମ୍ଭ କରିଥଲେ ମୋନାଲିସା । ଏପରିକି ପ୍ରେମିକ ସହ ମିଶି ଏକ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ଏହାକୁ ସ୍ବାମୀଙ୍କୁ ପଠାଇବା ସହ ଭାଇରାଲ କରିବା ପାଇଁ ଦେଉଥିଲେ ଧମକ । ଖାଲି ସେତିକି ନୁହେଁ, ପ୍ରେମିକ ନାଁରେ ନିଜ ସମ୍ବେଦନଶୀଳ ଅଙ୍ଗରେ ସ୍ତ୍ରୀ ଟାଟୁ କରିଥିବା ଦେଖିବାକୁ ପାଇଥିଲେ ସ୍ବାମୀ ମୋହିତ । ନିର୍ଯ୍ୟାତନା ନେଇ ଏବେ ସ୍ବାମୀ ମୋହିତ ଶର୍ମା ମର୍କତ ନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ନ୍ୟାୟ ପାଇଁ ଭିକ୍ଷା ମାଗିଛନ୍ତି ସ୍ବାମୀ ମୋହିତ ।

ଅନ୍ୟପଟେ ସ୍ତ୍ରୀ ମୋନାଲିସା ମଧ୍ୟ ତାଙ୍କ ସ୍ବାମୀଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି। ସ୍ୱାମୀ ଓ ଶାଶୁ ମିଶି ନିର୍ଯ୍ୟାତନା ଦେଉଥିବାର ସେ ଅଭିଯୋଗ କରିଛନ୍ତି । ଏହା ମଧ୍ୟ ସେ କହିଛନ୍ତି ଯେ ବିବାହ ପୂର୍ବର ସମ୍ପର୍କକୁ ନେଇ ସ୍ୱାମୀ ବାରମ୍ବାର ସନ୍ଦେହ କରିବା ସହିତ ଧମକ ମଧ୍ୟ ଦେଉଥିଲେ । ତେବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରିବା ପରେ ଏଥିରେ ଲୁଚି ରହିଥିବା ସତ୍ୟତା ପଦାକୁ ଆସିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.