ଜମ୍ମୁ-କଶ୍ମୀର ସୋପୋରେରେ ଏନ୍‌କାଉଣ୍ଟର , ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଉତ୍ତର କଶ୍ମୀର ବାରାମୁଲ୍ଲା ଜିଲ୍ଳା ସୋପୋରେ ଠାରେ ସୁରକ୍ଷା ବଳଙ୍କ ଏନ୍‌କାଉଣ୍ଟରରେ ଲସ୍କର-ଇ- ତଇବାର ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ଠାରୁ ବହୁ ମାରଣାସ୍ତ୍ର ଜବତ ହୋଇଛି ।

ମୃତ ସନ୍ତ୍ରାସବାଦୀଙ୍କ ମଧ୍ୟରୁ ଫଏଜ ଓ୍ଵାର ନାମକ ଜଣେ ଉଚ୍ଚ ପଦବୀର କମାଣ୍ଡର ଥିବା ଜଣାଯାଇଛି । ଫଏଜର ନାମରେ ବିଭିନ୍ନ ଆକ୍ରମଣ ସହ ସାଧାରଣ ଜନତା ଓ ସୁରକ୍ଷା ବଳଙ୍କୁ ହତ୍ୟା କରିବାର ବହୁ ଅଭିଯୋଗ ରହିଛି ।

ସୂଚନାନୁଯାୟୀ,ସୋପୋରେ ସନ୍ତ୍ରାସବାଦୀ ଥିବା ଖବର ମିଳିବା ପରେ ଗୁରୁବାର ସନ୍ଧ୍ୟାରେ ସେନା ଓ ପୋଲିସଙ୍କ ତରଫରୁ ମିଳିତ ଭାବେ ଉକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । କିଛି ଘଣ୍ଟା ଧରି ଆତଙ୍କବାଦୀ ଓ ସୁରକ୍ଷା ବଳଙ୍କ ମଧ୍ୟରେ ଗୁଳି ଗୋଳା ବର୍ଷା ପରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

କଶ୍ମୀର ପୋଲିସ ଆଇଜି ବିଜୟ କୁମାର ପୋଲିସ ଓ ସୁରକ୍ଷା ବଳଙ୍କୁ ତାଙ୍କର ଏହି ସଫଳତା ପାଇଁ ସ୍ୱାଗତ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.