Below header

ରାଉରକେଲାରେ ଜଙ୍ଗଲି ଶୁଆ ଶାବକ ରାକେଟ୍ ଠାବ, ଜଣେ ନାବାଳକ ସାମିଲ୍

ଉରକେଲା ବନବିଭାଗ ପକ୍ଷରୁ ଜଙ୍ଗଲି ଶୁଆ ଶାବକ ରାକେଟ ଠାବ । ଗତକାଲି ସନ୍ଧ୍ୟାରେ ଶୁଆ ଶାବକକୁ ଧରି ମୋଟର ସାଇକେଲରେ ସେକ୍ଟର ଦୁଇ ବସଷ୍ଟାଣ୍ଡ ବାହାରକୁ ଚାଲାଣ କରିବାକୁ ଯାଉଥିବାବେଳେ କାବୁ କରିବାରେ ସକ୍ଷମ ହୋଇଛି ବନବିଭାଗ ।

ରାଉରକେଲା (କେନ୍ୟୁଜ): ରାଉରକେଲା ବନବିଭାଗ ପକ୍ଷରୁ ଜଙ୍ଗଲି ଶୁଆ ଶାବକ ରାକେଟ ଠାବ । ଗତକାଲି ସନ୍ଧ୍ୟାରେ ଶୁଆ ଶାବକକୁ ଧରି ମୋଟର ସାଇକେଲରେ ସେକ୍ଟର ଦୁଇ ବସଷ୍ଟାଣ୍ଡ ବାହାରକୁ ଚାଲାଣ କରିବାକୁ ଯାଉଥିବାବେଳେ କାବୁ କରିବାରେ ସକ୍ଷମ ହୋଇଛି ବନବିଭାଗ । ଏହି ଶୁଆ ଶାବକ ରାକେଟରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଏହି ରାକେଟରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ଅଧିକ ପଚରାଉଚରା କରାଯାଉଛି । ଖୁବଶିଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ରାଉରକେଲା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ରାଜ୍ୟର କଟକ, ଭୁବନେଶ୍ଵର ସମେତ ବଡ଼ ବଡ଼ ସହର ସମେତ ରାଜ୍ୟ ବାହାରକୁ ଜଙ୍ଗଲି ଶୁଆ ଶାବକକୁ ବିକ୍ରି କରୁଥିବା ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଥିଲା ରାଉରକେଲା ବନବିଭାଗ ।

ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ନିର୍ଦ୍ଦେଶରେ ଗତକାଲି ସନ୍ଧ୍ୟାରେ ରାଉରକେଲାର ଇନ୍ଦିରାଗାନ୍ଧୀ ପାର୍କ ସମ୍ମୁଖ ରାସ୍ତାରେ ଛକି ରହିଥିଲେ ଏକ ସ୍ବତନ୍ତ୍ର ଟିମ୍ । ବନ୍ଧମୁଣ୍ଡା ଶୀତଳ ନଗର ରେ ଏକ ଆକ୍ବିରିଅମ ବ୍ୟବସାୟୀ ମୁନା ସାହୁ ଅନ୍ୟ ଜଣେ ନାବାଳକ ସହ ଏକ ମୋଟର ବାଇକ୍ ରେ ୧୦ଟି ଶୁଆ ଶାବକକୁ ଏକ ଝୁଡି ରେ ଧରି ଯାଉଥିବାବେଳେ ବନବିଭାଗର ସ୍ବତନ୍ତ୍ର ଟିମ୍ ନଜରରେ ପଡ଼ିଥିଲା। ରାଉରକେଲା ବନାଞ୍ଚଳ ଅଧିକାରୀ ଜ୍ଞାନେନ୍ଦ୍ର ଲିମାଙ୍କ ସହ ଥିବା ବନବିଭାଗର ସ୍ବତନ୍ତ୍ର ଟିମ୍ ସେମାନଙ୍କୁ ଧରି ପାନପୋଷ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ। ଏହି ଦୁଇ ଜଣଙ୍କୁ ପଚରାଉଚରା ପରେ ନାଲା ରୋଡ଼ ଅଞ୍ଚଳର ଏକ ଭଡ଼ା ଘରେ ନେଇ ଷ୍ଟକ୍ ରଖିଥିବା ଆଉ ୭୨ଟି ଜଙ୍ଗଲି ଶୁଆ ଶାବକକୁ ଉଦ୍ଧାର କରିଥିଲେ।

ଜାନୁଆରୀ ଓ ଫେବୃଆରୀ ମାସରେ ସରଣ୍ଡା ଓ ଆଖପାଖ ଜଙ୍ଗଲରେ ଏହି ଜଙ୍ଗଲି ଶୁଆଙ୍କ ଜନ୍ମ ଦେବାର ସମୟ ହୋଇଥିବାରୁ ଏହି ରାକେଟ ର ସଦସ୍ୟ ମାନେ ସ୍ଥାନୀୟ ବାସିନ୍ଦା ଙ୍କୁ ଅଳ୍ପ କିଛି ଅର୍ଥ ଦେଇ ସେମାନଙ୍କ ଠାରୁ ଏହି ଶାବକକୁ ସଂଗ୍ରହ କରି ବିଭିନ୍ନ ଅଞ୍ଚଳରେ ଗ୍ରାହକ ମାନଙ୍କୁ ପ୍ରାୟ ଗୋଟିଏ ଶାବକକୁ ୧୫୦୦ରୁ ୨୦୦୦ ଟଙ୍କା ରେ ବିକ୍ରୀ କରିଥାନ୍ତି ବୋଲି ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ସୂଚନା ଦେଇଛନ୍ତି ।

ବନ୍ୟଜନ୍ତୁ ସଂରକ୍ଷଣ ଆଇନ୍ ଉଲଂଘନ କରିଥିବାରୁ ସେମାନଙ୍କ ବିରୁଦ୍ଧରେ Wildlife Protection Act ୧୯୭୨ ଧାରାର ୯,୩୯,୪୯(ଖ),୪୯(ଗ) ରେ କେଶ୍ ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବାରୁ ମାନ୍ୟବର କୋର୍ଟଙ୍କ ପକ୍ଷରୁ ସମ୍ପୃକ୍ତ ନାବାଳକକୁ ବାଳସୁଧାର ଗୃହ କୁ ପଠାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.