Below header

ଜେଲରେ ରହିବେ ନା ବେଲ୍‌ରେ ବାହାରିବେ ଅର୍ଚ୍ଚନା? ଜାମିନ ଆବେଦନର ରାୟ ସଂରକ୍ଷିତ

ଭୁବନେଶ୍ବର(କେନ୍ୟୁଜ୍): ଜେଲରେ ରହିବେ ନା ବେଲରେ ବାହାରିବେ ଅର୍ଚ୍ଚନା ନାଗ । ତାଙ୍କର ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟ । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଦାୟର କରିଥିବା ମାମଲାରେ ତାଙ୍କୁ ଗତକାଲି କୋର୍ଟରେ ହାଜର କରାଯାଇଥିଲା । ଏହି ମାମଲାରେ ଅର୍ଚ୍ଚନା ନାଗଙ୍କ ପକ୍ଷରୁ କୋର୍ଟରେ ଜାମିନ ଆବେଦନ କରାଯାଇଛି । ଭୁବନେଶ୍ୱର ଏସଡିଜେଏମ କୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ।

ବ୍ଲାକମେଲିଂ ଓ ହତ୍ୟା ଧମକ ମାମଲାରେ ଅର୍ଚ୍ଚନାଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜିର କରାଯାଇଥିଲା । ଅଶ୍ଳୀଳ ଭିଡିଓ ଭାଇରାଲ୍‌ କରିବାକୁ ଧମକ ଦେଇ ଅର୍ଚ୍ଚନା ୩ କୋଟି ଟଙ୍କା ମାଗିଥିବା ନେଇ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଗିରଫ ପରେ ଗତକାଲି ପ୍ରଥମ ଥର ଗଣମାଧ୍ୟମରେ ମୁହଁ ଖୋଲିଥିଲେ ଅର୍ଚ୍ଚନା ନାଗ । କହିଥିଲେ, ସେ କାହାରିକୁ ବ୍ଲାକମେଲିଂ କରିନାହାନ୍ତି । ସବୁ ଅଭିଯୋଗ ମିଛ । ତଦନ୍ତ ହେଉ ସତ ବାହାରିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.