ଫିଫା ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ୍: ଜର୍ମାନୀକୁ ହରାଇ ଫାଇନାଲରେ ସ୍ପେନ୍

କେନ୍ୟୁଜ୍(ବ୍ୟୁରୋ): ଫିଫା ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ । ଦ୍ୱିତୀୟ ସେମିଫାଇନାଲରେ ଜର୍ମାନୀକୁ ହରାଇ ଫାଇନାଲରେ ସ୍ପେନ୍ । ଜର୍ମାନୀକୁ ୧-୦ ଗୋଲରେ ହରାଇଲା ସ୍ପେନ୍ । ମ୍ୟାଚର ଶେଷ ମିନିଟ୍ରେ ଲୁସିଆ କୋରାଲେସଙ୍କ ଏକମାତ୍ର ଗୋଲ ବଳରେ ଏହି ମ୍ୟାଚ ଜିତିଛି ସ୍ପେନ୍ ।
ସେହିପରି ପ୍ରଥମ ସେମି ଫାଇନାଲରେ ନାଇଜେରିଆକୁ ହରାଇ ଫାଇନାଲରେ ପହଞ୍ଚିଛି କଲମ୍ବିଆ । ପେନାଲଟି ସୁଟ ଆଉଟରେ ନାଇଜେରିଆକୁ ୬-୫ ଗୋଲରେ ହରାଇଲା କଲମ୍ବିଆ । ଫୁଲ ଟାଇମ ସୁଦ୍ଧା ଉଭୟ କୌଣସି ଗୋଲ ନଦେଇପାରିବାରୁ ପେନାଲଟି ସୁଟ ଆଉଟ ହୋଇଥିଲା । ଅକ୍ଟୋବର ୩୦ ତାରିଖ ଫାଇନାଲରେ କଲମ୍ବିଆକୁ ଭେଟିବ ସ୍ପେନ୍ । ଅନ୍ୟପଟେ ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ପାଇଁ ନାଇଜେରିଆ ଏବଂ ଜର୍ମାନୀ ମଧ୍ୟରେ ମୁକାବିଲା ହେବ ।.